www.samajalive.in
Monday, December 8, 2025
17.1 C
Bhubaneswar

ହାଇଦରାବାଦ ଏନ୍‍କାଉଣ୍ଟର: ୪ ଅଭିଯୁକ୍ତଙ୍କ ମୃତଦେହର ହେବ ପୁନଃ ବ୍ୟବଚ୍ଛେଦ

ହାଇଦରାବାଦ: ହାଇଦରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ମୃତଦେହ ପୁନଃ ବ୍ୟବଚ୍ଛେଦ ହେବ। ତେଲଙ୍ଗାନା ହାଇକୋର୍ଟ ଶନିବାର ଏହି ମାମଲାର ଶୁଣାଣି କରି ଗାନ୍ଧୀ ହସ୍ପିଟାଲର ଶବଗୃହରେ ସଂରକ୍ଷିତ ରଖା ଯାଇଥିବା ୪ ଅଭିଯୁକ୍ତଙ୍କ ମୃତଦେହକୁ ପୁନର୍ବାର ବ୍ୟବଚ୍ଛେଦ କରିବାକୁ ଆଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କର ପୁଲିସ ଏନ୍‍କାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଏହାପରେ ହାଇକୋର୍ଟଙ୍କ ଆଦେଶ କ୍ରମେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ମୃତଦେହକୁ ସଂରକ୍ଷିତ ରଖାଯାଇଛି। ଏନ୍‍କାଉଣ୍ଟର ଏକ ଚିନ୍ତାର ବିଷୟ, ତେଣୁ ‘ଦିଶା’ ଘଟଣାରେ ହୋଇଥିବା ଏନ୍‍କାଉଣ୍ଟର ନେଇ ସତର୍କତା ସହ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ଜାତୀୟ ମାନବାଧିକାର କମିଶନ କହିଥିଲେ। ତେଣୁ ମୃତଦେହକୁ ପୁନଃ ବ୍ୟବଚ୍ଛେଦ କରିବାକୁ ଆଦେଶ ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories