www.samajalive.in
Monday, December 8, 2025
20.1 C
Bhubaneswar

ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକ୍‌ ସୈନ୍ୟ ଓ ୩ ଅନୁପ୍ରବେଶକାରୀ ନିହତ, ଦୁଇ ଭାରତୀୟ ଯବାନ ଶହୀଦ

ଜାମ୍ମୁ: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଯୋଜନାକୁ ସଫଳ କରିବା ଲାଗି ପାକିସ୍ତାନୀ ସୈନ୍ୟ ପକ୍ଷରୁ ଆରମ୍ଭ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ପାକ୍‌ ସୈନ୍ୟ ଏବଂ ୩ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି।

ସୂଚନା ଅନୁସାରେ, ଜାମ୍ମୁର ପାଲାମ୍ବାଲା-ସୁନ୍ଦରବନୀ ସେକ୍ଟରର କେରୀ ବଟ୍ଟଲ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ପାକ୍‌ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଭାରତୀୟ ସେନା ଶିବିର ଉପରକୁ ପାକ୍‌ ସୈନ୍ୟଙ୍କ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସୈନ୍ୟଙ୍କୁ ବିଚଳିତ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ପାକ୍‌ ସେନା ଷଡ଼ଯନ୍ତ୍ର କରିଥିଲା। ଏପରି କି ପାକ୍‌ ସେନାର ଗୁଳିମାଡ଼ରେ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହାପରେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଯବାନଙ୍କ ପାଲଟା ଆକ୍ରମଣରେ ୨ ପାକ୍‌ ସୈନ୍ୟ ନିହତ ହେବା ସହିତ ୩ ଅନୁପ୍ରବେଶକାରୀ ମଧ୍ୟ ନିପାତ ହୋଇଥିଲେ। ରାତି ସାରା ଗୁଳି ବିନିମୟ ଜାରି ରହିଥିଲା। ଭାରତୀୟ ସେନା ଗୁଳିରେ ଅନ୍ୟ ୪ ପାକ୍‌ ସୈନ୍ୟ ଆହତ ହୋଇଛନ୍ତି। ପାକ୍‌ ସେନାର ଅନେକ ଶିବିର ଧ୍ଵସ୍ତବିଧ୍ଵସ୍ତ ହୋଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories