www.samajalive.in
Monday, December 8, 2025
17.1 C
Bhubaneswar

ଚିକିତ୍ସା ପୂର୍ବରୁ ଉଦ୍ଧାର ତୀରବିଦ୍ଧ ସମ୍ବରର ମୃତ୍ୟୁ

ବଡ଼ସାହି : ଶିମିଳିପାଳ ସଂଲଗ୍ନ ବଡ଼ସାହି ବ୍ଲକର କାଦୁଆଲବନ୍ଧ ଗ୍ରାମକୁ  ତୀରବିଦ୍ଧ ଅବସ୍ଥାରେ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟରୁ ପଳାଇ ଆସିଥିବା ଏକ ସମ୍ବରର ଚିକତ୍ସା ପୂର୍ବରୁ ମୃତ୍ୟୁ ଘଟିଛି। ସୋମବାର ସକାଳେ ଗ୍ରାମବାସୀ ଏହି ତୀରବିଦ୍ଧ ସମ୍ବରଟିକୁ ଦେଖି ଧରିବା ପାଇଁ ଚେଷ୍ଟା କରିଥିଲେ। ଖବର ପାଇ ବନବିଭାଗ ପହଞ୍ଚି ଗ୍ରାମବାସୀଙ୍କ ସହାୟତରେ ସମ୍ବରକୁ ଧରି ଡୁକୁରା ରେଞ୍ଜ କାର୍ଯ୍ୟାଳୟକୁ ଆଣିବା ବାଟରେ ମୃତ୍ୟୁ ଘଟିଥିଲା।

ଡୁକୁରା ରେଞ୍ଜର ଲକ୍ଷ୍ମୀଧର ବେହେରାଙ୍କ କହିବାନୁଯାୟୀ, ସମ୍ବରଟି ୬ବର୍ଷ ବୟସ ହୋଇଥିବା ବେଳେ ୯୦ରୁ ୯୫କେଜି ଓଜନର ବୋଲି ପ୍ରାଣୀଧନ ନୀରିକ୍ଷକ ପ୍ରକାଶ କରିଛନ୍ତି। ତୀରବିଦ୍ଧ ସମ୍ବର ସହିତ ଅନ୍ୟ ଏକ ସମ୍ବର ବୁଲୁଥିବାର ଗ୍ରାମର ମୀନକେତନ ମହାନ୍ତ, ଲୋକନାଥ ମହାନ୍ତ ଓ ଗୌତମ ସାହୁ ପ୍ରମୁଖ ଦେଖିଥିବାର ପ୍ରକାଶ କରିଛନ୍ତି। ଦୁଇଟି ସମ୍ବରର ପାଦଚିହ୍ନ ପଡିଥିବା ବେଳେ ଅନ୍ୟ ସମ୍ବରଟିର ରିପୋର୍ଟ ଲେଖା ଯିବା ବେଳକୁ ବନବିଭାଗ ଠାବ କରିପାରି ନାହିଁ। ଶିମିଳିପାଳରେ ଅବାଧ ଶିକାର ପାଇଁ ନିରୀହ ଜୀବଜନ୍ତୁ ବଳି ପଡୁଥିବା ବେଳେ ଶିକାର ପରେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଜିନିଷ ଚାଲାଣ ଘଟଣା ଜିଲାରେ ବାରମ୍ବାର ଦେଖିବାକୁ ମିଳୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories