ୱାସିଂଟନ : ଆମେରିକାର ଟେନେସେ ରାଜ୍ୟରେ ଥିବା ଦକ୍ଷିଣ ନ୍ୟାସବିଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଦୁଇ ଜଣ ଛାତ୍ର ହେଉଛନ୍ତି ଜୁଡି ଷ୍ଟେନଲି(୨୩) ଓ ବୈଭବ ଗୋପିସେଟ୍ଟି(୨୬)। ଉଭୟ ଛାତ୍ର ଷ୍ଟେଟ ବିଶ୍ବବିଦ୍ୟାଳୟର ସ୍ବାତକର ବିଭାଗରେ କଲେଜ ଅଫ ଏଗ୍ରିକଲଚରରୁ ଖାଦ୍ୟ ବିଜ୍ଞାନର ଶିକ୍ଷାଲାଭ କରୁଥିଲେ।
ଦୁର୍ଘଟଣାପରେ ବିଶ୍ବବିଦ୍ୟାଳୟର ଚାତ୍ରଛାତ୍ରୀମାନେ ଏକତ୍ର ହୋଇ ମୃତ ଦୁଇ ଛାତ୍ରଙ୍କର ଅନ୍ତିମ ସଂସ୍କାର ନିମନ୍ତେ ୪୨୦୦ଡଲାରରୁ ଅଧିକ ଫଣ୍ଡ ଜମା କରିଛନ୍ତି।
ଆମେରିକାରେ ସଡ଼କ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
Popular Categories



