www.samajalive.in
Monday, December 8, 2025
20.1 C
Bhubaneswar

ଗାଁକୁ ନାହିଁ ପକ୍କା ରାସ୍ତା; ବିପଦସଂକୁଳ ଅବସ୍ଥାରେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

କଳାହାଣ୍ଡି: ଗାଁକୁ ସହର ସହ ଯୋଡିବା ପାଇଁ ସରକାର ଅନେକ ଯୋଜନାମାନ ପ୍ରସ୍ତୁତ କରି ପୁଳା ପୁଳା ଟଙ୍କା ଖର୍ଚ୍ଚ କରୁଛନ୍ତି। ସମସ୍ତ ଗାଁକୁ ପକ୍କା ରାସ୍ତା ଓ ବ୍ରିଜ ନିର୍ମାଣ କରାଯାଇ ସହର ସହ ସଂଯୋଗ କରାଯାଇ ଗ୍ରାମବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର ଡିଣ୍ଡିମା ପିଟୁଛନ୍ତି। କିନ୍ତୁ ରାଜ୍ୟରେ ଏଭଳି କିଛି ଗାଁ ରହିଛି ଯେଉଁଠି ନା ଅଛି ପକ୍କା ରାସ୍ତା ନା ଅଛି ନଦୀ ନାଳ ଉପରେ ପୋଲ ।

- Advertisement -

ସେହି ସବୁ ଗାଁ ମଧ୍ୟରୁ କଳାହାଣ୍ଡି ଜିଲାର ପୋଇଗୁଡା ଓ ଦେରଗୁଡା ହେଉଛି ଅନ୍ୟତମ। ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ ଏହି ଦୁଇଟି ଗାଁକୁ ପକ୍କା ରାସ୍ତା ପହଞ୍ଚି ପାରିନାହିଁ। ଏହା ସହ ନଦୀ ଓ ନାଳଗୁଡିକରେ ପୋଲ ନ ଥିବ​ବାରୁ ସ୍ଥାନୀୟଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ବିପଦସଂକୁଳ ଅବସ୍ଥାରେ ସ୍କୁଲ ଯାତାୟାତ କରୁଛନ୍ତି। ବର୍ଷାଦିନେ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରୁ ବଞ୍ଚିତ ରହୁଛନ୍ତି। କୌଣସି ବ୍ୟକ୍ତିର ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ବା ପ୍ରସୂତିଙ୍କୁ ଡାକ୍ତରଖାନା ​‌ନେବାକୁ ହେଲେ ଖଟିଆରେ ବୋହି ନେବାକୁ ପଡିଥାଏ।

ଗାଁକୁ ପକ୍କା ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ଥର ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ନେତା ଓ ସରକାରୀ ବାବୁ ସମସ୍ତଙ୍କୁ ଗୁହାରି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲ ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଦୀର୍ଘଦିନର ଅଭିଯୋଗ ନେଇ ଆମ ପ୍ରତିନିଧି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପଚାରିବାରୁ ସେ କହିଥିଲେ, ଆମ ନିର୍ବାଚନ ମଣ୍ଡଳୀରେ ଅନେକ ଗାଁରେ ଏପରି ସମସ୍ୟା ରହିଛି। ହେଲେ ପୋଇଗୁଡା ଗାଁକୁ ପକ୍କା ରାସ୍ତା ଓ ପୋଲ ନିର୍ମାଣ ପାଇଁ ଆମେ ତୁରନ୍ତ ପଦକ୍ଷେପ ନେବୁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories