www.samajalive.in
Monday, December 8, 2025
20.1 C
Bhubaneswar

ଏନ୍‌ଡିଏ କୌଣସି ଦଳର ସମ୍ପତ୍ତି ନୁହେଁ : ସଞ୍ଜୟ

ନୂଆଦିଲ୍ଲୀ : ସଂସଦରେ ଶିବସେନାର ଆସନ ପରିବର୍ତ୍ତନ ପରିପ୍ରେକ୍ଷୀରେ ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପିକୁ ଆକ୍ଷେପ କରି କହିଛନ୍ତି ଯେ ଏନ୍‌ଡିଏ କୌଣସି ନିର୍ଦ୍ଦିଷ୍ଟ ଦଳର ଏକକ ସମ୍ପତ୍ତି ନୁହେଁ; କିନ୍ତୁ କେହି କେହି ନିଜକୁ ଭଗବାନ ବୋଲି ଭାବୁଛନ୍ତି। ଶିବସେନା ଏନ୍‌ଡିଏର ୪ ପ୍ରତିଷ୍ଠାତା ଦଳ ମଧ୍ୟରୁ ଗୋଟିଏ। ବାଲାସାହେବ ଠାକ୍‌ରେ ଏନ୍‌ଡିଏର ଅନ୍ୟତମ ପ୍ରତିଷ୍ଠାତା। ଶିବସେନା ବହୁ ବିପଦ ସମୟରେ ଏନ୍‌ଡିଏକୁ ରକ୍ଷା କରିଛି; କିନ୍ତୁ ଏବେ ସେମାନେ ନିଜକୁ ଭଗବାନ ବୋଲି ଭାବୁଛନ୍ତି। ଗଣତନ୍ତ୍ରରେ କେହି ନିଜକୁ ଭଗବାନ ଭାବିବା ଅନୁଚିତ। ଶିବସେନାକୁ ଏନ୍‌ଡିଏରୁ ବାହାର କରିବା ପୂର୍ବରୁ ବିଜେପି ପ୍ରକାଶ ସିଂହ ବାଦଲ ଓ ନୀତୀଶ କୁମାରଙ୍କ ସହ ଆଲୋଚନା କରିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପିର ଅହଂକାର ପାଇଁ ମହାରାଷ୍ଟ୍ରରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି ବୋଲି ସଞ୍ଜୟ ଆକ୍ଷେପ କରିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories