www.samajalive.in
Monday, December 8, 2025
20.1 C
Bhubaneswar

ଗାନ୍ଧିଜୀଙ୍କ ମୃତ୍ୟୁକୁ ନେଇ ଗଣଶିକ୍ଷା ବିଭାଗର ଭୁଲ ତଥ୍ୟ, ତଦନ୍ତ ନିର୍ଦେଶ ଦେଲେ ସରକାର

ଭୁବନେଶ୍ଵର: ଓଡ଼ିଶା ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସମ୍ପର୍କରେ ଭୁଲ ତଥ୍ୟ ପ୍ରକାଶ କରିଛନ୍ତି। ଗାନ୍ଧିଜୀଙ୍କ ମୃତ୍ୟୁ ‘ଆକସ୍ମିକ’ ଥିଲା ବୋଲି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦର୍ଶାଇଛି। ବିଭାଗ ପକ୍ଷରୁ ପ୍ରସ୍ତୁତ ୨ ପୃଷ୍ଠାର ବୁକ୍‌ଲେଟ୍‌ ‘ଆମ ବାପୁଜୀ: ଏକ ଝଲକ’ରେ ଏହା ଉଲ୍ଲେଖ ରହିଛି, ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଗାନ୍ଧିଜୀଙ୍କୁ ନାଥୁରାମ ଗୋଡ୍‌ସେ ହତ୍ୟା କରିଥିଲେ ହେଁ ସରକାର କେଉଁ ଆଧାରରେ ଏପରି ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରିଛନ୍ତି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଚାରି ଆଡୁ ସମାଲୋଚନା ଏବଂ ତୀବ୍ର ବିରୋଧ ପରେ ସରକାର ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା ଏହି ଘଟଣାର କଡ଼ା ସମାଲୋଚନା କରିବା ସହିତ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଗୋଡ୍‌ସେଙ୍କୁ ସହାନୁଭୂତି ଦେଖାଉଥିବା କେହି ଜଣେ ଏହି ବୁକ୍‌ଲେଟ ପ୍ରକାଶ କରିଥିବା ଭଳି ଲାଗୁଛି ବୋଲି ସେ କହିଛନ୍ତି।

ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ବୁକ୍‌ଲେଟରେ କିପରି ଏହି ବିବାଦୀୟ ତଥ୍ୟ ପ୍ରକାଶ ପାଇଛି ତାହାର ସେ ତଦନ୍ତ ନିର୍ଦେଶ ଦେଇଛନ୍ତି। ଯେ କେହି ବି ଏହି ତ୍ରୁଟି କରିଥିବ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାନ୍ଧିଜୀଙ୍କ ମୃତ୍ୟୁକୁ ଦୁର୍ଘଟଣା ଦର୍ଶାଇବା ପରିବର୍ତ୍ତେ ତାଙ୍କୁ କିପରି ହତ୍ୟା କରାଯାଇଥିଲା ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯିବା ଉଚିତ ଥିଲା। ଆମେ ଏହି ବୁକ୍‌ଲେଟକୁ ତୁରନ୍ତ ପ୍ରତ୍ୟାହାର କରିନେବୁ ବୋଲି ଦାଶ କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories