www.samajalive.in
Monday, December 8, 2025
17.1 C
Bhubaneswar

ଦିଲ୍ଲୀର ୩ କୋର୍ଟରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟରେ ଗତ ୨ ତାରିଖରେ ଓକିଲ-ପୁଲିସ ଖଣ୍ଡଯୁଦ୍ଧ ଘଟଣା ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ହଜାର ହଜାର ପୁଲିସ କର୍ମଚାରୀ ନ୍ୟାୟ ଦାବି କରିବା ସହିତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରଦିନ ଅର୍ଥାତ ବୁଧବାର ଓକିଲଙ୍କ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି। ଦିଲ୍ଲୀର ୩ଟି କୋର୍ଟର ଓକିଲମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ଦିନ ତମାମ କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା।

ପଟିୟାଲା ହାଉସ କୋର୍ଟ,​‌ ରୋହିଣୀ କୋର୍ଟ ଏବଂ ସାକେତ କୋର୍ଟରେ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରି କି ରୋହିଣୀ କୋର୍ଟରେ ଜଣେ ଓକିଲ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ, ଓକିଲମାନେ ପଟିୟାଲା କୋର୍ଟରେ ଫାଟକ ବନ୍ଦ କରିଦେଇଥିଲେ। କାହାକୁ ଭିତରକୁ ଛାଡ଼ି ନ ଥିଲେ। ଫଳରେ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସୂଚନାଯୋଗ୍ୟ, ଘଟଣା ପରଦିନଠାରୁ ଓକିଲମାନେ ଆନ୍ଦୋଳନ ଚଳାଇଥିଲେ। କିନ୍ତୁ ତାହା ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ମଙ୍ଗଳବାର ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ ଓକିଲମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦିଆଯିବା ଏବଂ ପୁଲିସ କର୍ମଚାରୀଙ୍କ ପକ୍ଷରୁ ଧାରଣା ଦିଆଯିବା ପରେ ବୁଧବାର ଓକିଲମାନଙ୍କ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ଚେନାବନୀ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories