www.samajalive.in
Monday, December 8, 2025
27.1 C
Bhubaneswar

ତିସ୍‍ ହଜାରୀ କୋର୍ଟ ପ୍ରସଙ୍ଗ – ପ୍ରତିଶ୍ରୁତ୍ତି ପରେ ଆନ୍ଦୋଳନରୁ ହଟିଲେ ଦିଲ୍ଲୀ ପୁଲିସ

ଦିଲ୍ଲୀ: ଦିଲ୍ଲୀ ପୁଲିସ୍‍ର ହଜାର ହଜାର କର୍ମଚାରୀ ମଙ୍ଗଳବାର ରାଜଧାନୀ ଦିଲ୍ଲୀ ସ୍ଥିତ ସେମାନଙ୍କ ବରିଷ୍ଠ ଅଫିସରମାନଙ୍କ ବିରୁଦ୍ଧରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରେ ପୁଲିସ କମିଶନରଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ସମ୍ପୃକ୍ତ ଆନ୍ଦୋଳନରତ ପୁଲିସ କର୍ମଚାରୀମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ତିସ୍‍ ହଜାରୀ କୋର୍ଟରେ ଗତ ଶନିବାର ଦିନ ଓକିଲମାନେ ସେମାନଙ୍କ ଉପରେ କରିଥିବା ଆକ୍ରମଣ ଉପରେ ପଦକ୍ଷେପ ନେବାକୁ ସେମାନେ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ହାତ ଲେଖା ପ୍ଲା କାର୍ଡ୍‍ମାନ ପ୍ରଦର୍ଶନ କରି ପୁଲିସ୍‍ କର୍ମଚାରୀମାନେ ଆଇଟିଓଠାରେ ପୁରୁଣା ପୁଲିସ୍‍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତକାଲି ସାକେତ କୋର୍ଟ ପରିସର ମଧ୍ୟରେ ଜଣେ ପୁଲିସ୍‍ କର୍ମଚାରୀଙ୍କୁ ଜଣେ ଓକିଲ ମାରଧର କରିଥିଲେ।

ସକାଳେ ଦିଲ୍ଲୀ ପୁଲିସ୍‍ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ପ୍ରତିବାଦକାରୀ ପୁଲିସ୍‍ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ଓ ସେମାନେ ଏକ ଶୃଙ୍ଖଳିତ ବାହିନୀର ଆଚରଣ ପ୍ରଦର୍ଶନ କରିବାକୁ କରିଥିଲେ। ପୁଲିସ୍‍ ମୁଖ୍ୟ କାର୍ଯ୍ୟାଳୟ ବାହାରେ ସେମାନଙ୍କୁ ଉଦବୋଧନ ଦେଇ ପୁଲିସ୍‍ କମିଶନର କହିଛନ୍ତି, ଉଭୟ ସରକାର ଓ ଦେଶର ଜନସାଧାରଣ ପୁଲିସ୍‍ ଆଇନ୍‍ର ସଠିକ୍‍ ପାଳନ କରିବାକୁ ଆଶା କରନ୍ତି। ଦିଲ୍ଲୀ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଏସ୍‍.ପି. ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ପୁଲିସ୍‍ ଏହି ଘଟଣା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦେଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories