ଭୁବନେଶ୍ଵର: ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଶିକ୍ଷକମାନଙ୍କ ଲାଗି କ୍ଲଷ୍ଟର ନିର୍ମାଣ କରାଯିବ। ଏହି ଅଞ୍ଚଳରେ ଶିକ୍ଷକମାନଙ୍କ ଗମନାଗମନରେ ନଷ୍ଟ ହେଉଥିବା ସମୟକୁ ବଞ୍ଚାଇବା ଲାଗି ଏହି ପଦକ୍ଷେପ ନିଆଯିବ। ଏହାଦ୍ବାରା ଶିକ୍ଷକମାନେ କ୍ବାର୍ଟର୍ସରେ ରହିବେ। ସ୍କୁଲକୁ ଠିକ ସମୟରେ ଆସି ଶିକ୍ଷାଦାନ କରିପାରିବେ। ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ। ସେହି ଅର୍ଥରୁ ଶିକ୍ଷାର ବିକାଶ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ସ୍ବାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ପାଇଁ ହେବ କ୍ଲଷ୍ଟର, ଶିକ୍ଷାର ବିକାଶ ପାଇଁ ଖର୍ଚ୍ଚ ହେବ ୧୦ କୋଟି
Popular Categories



