www.samajalive.in
Monday, December 8, 2025
20.1 C
Bhubaneswar

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଟ୍ରଫି ଉନ୍ମୋଚନ କଲେ କରୀନା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ୨୧ରୁ ଖେଳାଯିବ ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌। ଏହି ବିଶ୍ବକପ୍‌ର ଚମ୍ପିଆନ୍‌ ଦଳକୁ ପ୍ରଦାନ କରାଯିବାକୁ ଥିବା ଟ୍ରଫିକୁ ଶୁକ୍ରବାର ଭାରତୀୟ ସିନେ ତାରକା କରୀନା କପୁର ଖାନ୍‌ ମେଲବୋର୍ଣ୍ଣରେ ଉନ୍ମୋଚନ କରିଛନ୍ତି। ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କରୀନା ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଉନ୍ମୋଚିତ କରିଥିବା ଆଇସିସି ତରଫରୁ ଟ୍ବିଟ୍‌ କରାଯାଇଛି।
ସୂଚନାଯୋଗ୍ୟ; କିଛିଦିନ ତଳେ ସ୍କଟ୍‌ଲାଣ୍ଡରେ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଆୟୋଜିତ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ବିଜୟୀ ହୋଇଥିବା ବାଂଲାଦେଶ ଦଳ ବିଶ୍ବକପ୍‌ରେ ଗ୍ରୁପ୍‌ ‘ଏ’ରେ ସ୍ଥାନପାଇଛି। ଏହି ଗ୍ରୁପ୍‌ରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଦଳ ରହିଛନ୍ତି। ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଫେବୃଆରୀ ୨୭ରେ ଅଷ୍ଟ୍ରେଲିଆକୁ ଭେଟିବ। ବିଶ୍ବକପ୍‌ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ଥାଇଲାଣ୍ଡ ଗ୍ରୁପ୍ ବି’ରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଦଳ ସହ ରହିଛି। ଥାଇଲାଣ୍ଡ ନିଜ ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ପେବୃଆରୀ ୨୨ରେ ଖେଳିବ। ମହିଳା ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃଆରୀ ୨୧ରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories