www.samajalive.in
Monday, December 8, 2025
20.1 C
Bhubaneswar

ଆତଙ୍କବାଦୀଙ୍କ ଟାର୍ଗେଟରେ କୋହଲି ! ସୁରକ୍ଷା ବଢ଼ାଇବାକୁ ଦିଲ୍ଲୀ ପୁଲିସକୁ ନିର୍ଦେଶ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଦିଲ୍ଲୀ ପୁଲିସକୁ ନିର୍ଦେଶ ମିଳିଛି। ଟିମ୍‌ ଇଣ୍ଡିଆ ବିଶେଷକରି ଅଧିନାୟକ ବିରାଟ କୋହଲିଙ୍କ ପ୍ରତି ଆତଙ୍କବାଦୀଙ୍କଠାରୁ ବିପଦ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି। ଟିମ୍‌ ଇଣ୍ଡିଆ ପ୍ରତି ଆତଙ୍କବାଦୀଙ୍କ ବିପଦ ରହିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ଏକ ଅଜଣା ସୂତ୍ରରୁ ଚିଠି ମିଳିଛି। ଭାରତୀୟ ଟିମ୍‌, ବିଶେଷକରି ଅଧିନାୟକ କୋହଲି ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ଚିଠିରେ କୁହାଯାଇଛି।

ଦିଲ୍ଲୀ ପୁଲିସ ସୂଚନା ଅନୁସାରେ, ଚିଠିରେ ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ତାଲିକା ରହିଛି, ଯେଉଁମାନେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା ଦର୍ଶାଯାଇଛି। ସେହି ନାମ ମଧ୍ୟରେ ବିରାଟ କୋହଲିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନାମ ରହିଛି। ଏନଆଇଏ ଏହି ଚିଠିକୁ ବିସିସିଆଇ ନିକଟକୁ ପଠାଇ ଦେଇଛି। କେରଳର କୋଝିକୋଡରେ ଥିବା ଅଲ ଇଣ୍ଡିଆ ଲଶ୍କର କୋହଲିଙ୍କୁ ଟାର୍ଗେଟ କରିପାରେ ବୋଲି କୁହାଯାଇଛି। ଏହା ମିଥ୍ୟା ବି ହୋଇଥାଇପାରେ, କିନ୍ତୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories