www.samajalive.in
Tuesday, December 9, 2025
16.1 C
Bhubaneswar

ପୁରୁଷଙ୍କୁ ୨ହଜାର, ମହିଳାଙ୍କୁ ୧୫୦୦ ଟଙ୍କା ଦେଇ ଭୋଟ୍ କିଣିଛନ୍ତି ନବୀନ: ସୁର ରାଉତରାୟ

ଭୁବନେଶ୍ଵର: ବିଜେପୁର ଉପନିର୍ବାଚନ ଶେଷ ହୋଇଥିବା ବେଳେ ରାଜନୀତି କିନ୍ତୁ ଶେ​‌ଷ ହୋଇନାହିଁ। ଏବେ ବି ଦଳ ମଧ୍ୟରେ କାଦୁଆ ଫିଙ୍ଗା ଜାରି ରହିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଶନିବାର ଗଣମାଧ୍ୟମ ସମ୍ମୁଖରେ ବିଜେଡିକୁ କଡା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନରେ କଂଗ୍ରେସ ଏବଂ ବିଜେପି ଦଳ ସତେ ଯେମିତି ମରି ପଡିଥିଲେ। ଚାରି ଆଡେ କେବଳ ବିଜେଡିର ପୋଷ୍ଟର, ବ୍ୟାନର ଏବଂ ମାଳ ମାଳ ନେତାଙ୍କୁ ଦେଖିବାକୁ ମିଳିଥିଲା। ସେମାନେ ସ୍ଥାନୀୟଲୋକଙ୍କୁ ଜଗି ରହିଥିଲେ। କଂଗ୍ରେସର ପୋଷ୍ଟର, ବ୍ୟାନର ଏବଂ ରାଲି ନଥିଲା। ପ୍ରାର୍ଥୀ ଏକା ବୁଲୁଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ମୁଁ ପହଞ୍ଚି ମାତ୍ର ୨ରୁ ୩ଟି ମିଟିଂ କରିଥିଲୁ। ବିଜେପିର ସ୍ଥିତି ମଧ୍ୟ ଭଲ ନ ଥିଲା। ବିଜେପି ସେଠାରେ ବିଜେଡି ସହ ହାତ ମିଳାଇ ଦେଇଥିଲା। ବିଜେପିର କୌଣସି ନେତା ଭୋଟ୍ ମାଗିବା ଦେଖିବାକୁ ମିଳିନଥିଲା ବୋଲି ସୁର ରାଉତରାୟ କହିଛନ୍ତି।

- Advertisement -

ଏହା ସହ ସେ ଆହୁରି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ନବୀନ ବାବୁ ଟଙ୍କା ଦେଇ ଭୋଟରଙ୍କୁ କିଣିଛନ୍ତି। ପୁରୁଷଙ୍କୁ ୨ହଜାର, ମହିଳାଙ୍କୁ ୧୫୦୦, ଯୁବକଙ୍କୁ ଏକ ହଜାର ଟଙ୍କା ବାଣ୍ଟିଛନ୍ତି। ସେଠାକାର ଲୋକ ମୋତେ ଏହି ସୂଚନା ଦେଇଛନ୍ତି। ଏଭଳି ସ୍ଥିତି ଦେଖି ସେଠାରେ ହାରିଯିବୁ ବୋଲି ମୁଁ କହିଥିଲି। ଯଦି ମୁଁ କହିବାରୁ କଂଗ୍ରେସ ହାରିଗଲା ବୋଲି କହୁଛନ୍ତି ତେବେ ସେଥିପାଇଁ ମୁଁ ଦାୟୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories