www.samajalive.in
Monday, December 8, 2025
27.1 C
Bhubaneswar

ନୱାଜ ଶରିଫଙ୍କୁ ହୃଦ୍‌ଘାତ, ହସ୍ପିଟାଲରେ ଭର୍ତ୍ତି

ଲାହୋର: ହୃଦଘାତ ଯୋଗୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ଗୁରୁତର ଅବସ୍ଥାରେ ଲାହୋରସ୍ଥିତ ସର୍ଭିସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକ୍‌ ଗଣମାଧ୍ୟମରୁ ଏହି ସୂଚନା ମିଳିଛି। ଶରିଫ ଏପରି ଏକ ରୋଗରେ ପୀଡ଼ିତ ଅଛନ୍ତି, ଯେଉଁଥିରେ ତାଙ୍କ ରୋଗ ପ୍ରତିରୋଧକ ବ୍ୟବସ୍ଥା ଶରୀରର ସୁସ୍ଥ କୋଷିକାଗୁଡ଼ିକୁ ଆକ୍ରମଣ କରିଥାଏ। ଏହି ରୋଗ ଯୋଗୁ ତାଙ୍କ ପ୍ଲେଟଲେଟ୍‌ କାଉଣ୍ଟ ବିପଜ୍ଜନକ ସ୍ତରଠାରୁ ତଳକୁ ଖସିଆସିଛି। ସୂଚନାଯୋଗ୍ୟ, ଚୌଧୁରୀ ଚିନି କଳ ଦୁର୍ନୀତି ମାମଲାରେ ନୱାଜ ଶରିଫ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ୭ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି। କିନ୍ତୁ ରୋଗାକ୍ରାନ୍ତ କାରଣରୁ ତାଙ୍କୁ କୋର୍ଟ ଜାମିନରେ ଯିବାକୁ ଅନୁମତି ଦେଇଥିଲେ। ତେବେ ନୱାଜଙ୍କୁ ଜେଲରେ ବିଷ ଦିଆଯାଉଛି ବୋଲି ତାଙ୍କ ପୁଅ ହୁସେନ ଗତ ବୁଧବାର ଅଭିଯୋଗ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories