www.samajalive.in
Monday, December 8, 2025
27.1 C
Bhubaneswar

ତେଲର ଦୀପ ସହ ଜଡ଼ିତ ବିଶେଷ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଦୀପର ବିଶେଷ ମହତ୍ତ୍ୱ ରହିଛି। ଯେକୌଣସି ପୂଜା ଦୀପ ଜଳାଇବା ବିନା ସମ୍ପୂର୍ଣ୍ଣ ହୋଇନଥାଏ। ଦୀପାବଳିକୁ ମୁଖ୍ୟତଃ ଦୀପର ପର୍ବ ବୋଲି କୁହାଯାଏ। ଏହି ଦିନ ଦୀପ ଜଳାଇ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଏ।। ମାତ୍ର ମା’ଙ୍କ କୃପା ପ୍ରାପ୍ତି ପାଇଁ ଦିନର ବିଶେଷତ୍ୱ ଅନୁଯାୟୀ ଦୀପ ଲଗାଇବା ଉଚିତ ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଦିନ ଅନୁଯାୟୀ ତେଲର ଦୀପ ଲଗାଇବା ଦ୍ୱାରା ଜୀବନରେ କି ପ୍ରଭାବ ପଡ଼ିଥାଏ ….
ଜୀବନରେ ଥିବା ବାଧାବିଘ୍ନ ଦୂର କରିବା ପାଇଁ ଓ ବିପଦରୁ ମୁକ୍ତି ପାଇବା ପାଇଁ ଦୀପରେ ସୋରିଷ ତେଲ ଓ ଲବଙ୍ଗ ପକାଇ ପ୍ରଭୁ ହନୁମାନଙ୍କ ନିକଟରେ ଆଳତୀ କରନ୍ତୁ। ଏପରି କରିବା ଦ୍ୱାରା ବାଧାବିଘ୍ନ ଦୂର ହେବା ସହ ଆର୍ଥିକ ଉନ୍ନତି ହୋଇଥାଏ।
ଶନିବାର ଦିନ ସୋରିଷ ତେଲରେ ନିଜ ମୁହଁ ଦେଖି ଶନିଙ୍କ ମନ୍ଦିରରେ ରଖନ୍ତୁ। ଏହା ଛଡ଼ା ଶନିବାର ଦିନ ଶନିଦେବଙ୍କୁ ମଧ୍ୟ ତେଲ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।
ଯଦି ଆପଣ ସର୍ବଦା ରୋଗଗ୍ରସ୍ତ ରହୁଥାଆନ୍ତି ତେବେ ରାଶି ତେଲରେ ଦୀପ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ଲଗାନ୍ତୁ। ଏପରି କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ।
ଏକ ଲୁହାର ଦୀପରେ ରାଶି ତେଲରେ କିଛି ସୋରିଷ ତେଲ ମିଶାଇ ଶମି ବୃକ୍ଷ ସମ୍ମୁଖରେ ଲଗାନ୍ତୁ। ଏହାପରେ ଏହାକୁ ପାଣିରେ ଭସାଇ ଦିଅନ୍ତୁ। ଏପରି ଲଗାତାର ଆଠଟି ଶନିବାର କରନ୍ତୁ। ଏପରି କରିବା ଦ୍ୱାରାଯଦି ଆପଣ ନିଜର ଘର କରିବା ପାଇଁ ଇଚ୍ଛା କରୁଥିବେ ତେବେ ଏଥିରେ ଥିବା ବାଧା ଦୂର ହୋଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories