www.samajalive.in
Monday, December 8, 2025
17.1 C
Bhubaneswar

ଦୀପାବଳିରେ ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ ଏହି ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

କାର୍ତ୍ତିକ ମାସରେ ଧନତେରାସର ପରେ ଅମାବାସ୍ୟା ତିଥିରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଏ। ଚଳିତ ବର୍ଷ ଏହା ୨୭ ଅକ୍ଟୋବର ଅର୍ଥାତ ଆସନ୍ତା କାଲି ପାଳନ କରାଯିବ। ଗୃହରେ ଧନ-ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ଭଗବାନ ଗଣେଶ ଓ ମା’ଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ସଠିକ ନିୟମ ଓ ଭକ୍ତିର ସହ ଦେବୀ ଲକ୍ଷ୍ମୀଙ୍କ ପୂଜା କଲେ ଖୁବ ଶୁଭଫଳ ମିଳିଥାଏ। ମାତ୍ର ମା’ଙ୍କ ପୂଜାରେ ଏପରି କେତେକ ଦ୍ରବ୍ୟ ଯାହାର ବ୍ୟବହାର କରିବା ଦ୍ୱାରା ମା’ କ୍ରୋଧ କରିଥାଆନ୍ତିି , ଜାଣନ୍ତୁ ଏହା ବିଷୟରେ ….
ଏହି ଦିନ ତୁଳସୀ ପତ୍ର ତୋଳନ୍ତୁ ନାହିଁ କିମ୍ବା ମା’ଲକ୍ଷ୍ମୀଙ୍କ ପୂଜାରେ ଏହାର ବ୍ୟବହାର କରନ୍ତୁ ନାହିଁ।
ଏହି ଦିନ ଲାଲ ରଙ୍ଗର ସଳିତାରେ ଦୀପ ଲଗାଇ ଡ଼ାହାଣ ପଟେ ରଖନ୍ତୁ।
ଏହି ଦିନ ମା’ଲକ୍ଷ୍ମୀଙ୍କୁ ଧଳାର ରଙ୍ଗର ଫୁଲ ଅର୍ପଣ କରନ୍ତୁ ନାହିଁ। ଲାଲ ରଙ୍ଗର ଫୁଲ ଯେପରି ଗୋଲାପ ଓ ପଦ୍ମ ଫୁଲ ଅର୍ପଣ କଲେ ମା’ ପ୍ରସନ୍ନ ହୋଇଥାଆନ୍ତି।
ଭଗବାନ ବିଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ହିଁ ମା’ଲକ୍ଷ୍ମୀଙ୍କ ପୂଜା ସମ୍ପନ୍ନ ହୋଇଥାଏ। ତେଣୁ ଏହି ଦିନ ସନ୍ଧ୍ୟାରେ ପ୍ରଥମେ ଗଣେଶ ଓ ଏହାପରେ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ।
ମା’ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଭୋଗ ଦକ୍ଷିଣ ଦିଗରେ, ଫୁଲ ଓ ବେଲପତ୍ର ସମ୍ମୁଖରେ ରଖନ୍ତୁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories