www.samajalive.in
Monday, December 8, 2025
20.1 C
Bhubaneswar

ସାଂସଦ ଅନୁଭବ ମହାନ୍ତି ଓ ମନଜିତ ଦାସ ବିବାଦ ପ୍ରସଙ୍ଗ : ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଲେ ମନଜିତ

କଟକ : ଓଲିଉଡ଼ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବିଜୁ ଜନତା ଦଳ(ବିଜେଡି) ଯୁବ ନେତା ମନଜିତ ଦାସଙ୍କ ବିବାଦ ବଢ଼ିଥିବା ଜଣାପଡିଛି। ଅନୁଭବଙ୍କ ନାଁରେ ମନଜିତ ଦାସ ମଙ୍ଗଳବାର ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ସାମାଜିକ ଗଣମାଧ୍ୟମରେ ଅନୁଭବ ମୋ ନାଁରେ ଅପପ୍ରଚାର କରୁଛନ୍ତି। ଅପପ୍ରଚାର ଯୋଗୁଁ ମୋର ମାନହାନି ଘଟିଛି। ତେଣୁ ତାଙ୍କ ବିରୋଧରେ ଆଇଟି ଆକ୍ଟ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ମନଜିତ୍ ଏତଲାରେ ଦର୍ଶାଇଛନ୍ତି।

ପୂର୍ବରୁ ଗାଡି ପାର୍କିଂ ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ପରେ ମନଜିତଙ୍କ ନାଁରେ ଅନୁଭବ ଥାନାରେ ଏତଲା ଦେଇଥିଲେ । ଏପରିକି ଏତଲା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୁର୍ବବ୍ୟହାର କରୁଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ । ଅନୁଭବଙ୍କ ଏତଲା ଆଧାରରେ ମନଜିତଙ୍କୁ ଥାନାକୁ ପୁଲିସ ଡାକିଥିଲା । ସେତେବେଳେ ସାଂସଦ ତାଙ୍କୁ ଦୁର୍ବ୍ୟବହାର କରୁଥିବା ମନଜିତ୍ କହିଥିଲେ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories