www.samajalive.in
Monday, December 8, 2025
20.1 C
Bhubaneswar

ପଶ୍ଚିମବଙ୍ଗରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ; ଗସ୍ତରେ ସାମିଲ ହେଲେନି କୌଣସି ଅଧିକାରୀ

କଲକାତା: ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟପାଳଙ୍କ ଉତ୍ତର ୨୪ ପ୍ରଗଣା ଗସ୍ତକୁ ନେଇ ଏହି ବିବାଦ ଉପୁଜିଛି। ରାଜ୍ୟପାଳ ମଙ୍ଗଳବାର ଉତ୍ତର ୨୪ ପ୍ରଗଣା ଗସ୍ତରେ ଅଛନ୍ତି। କିନ୍ତୁ ତାଙ୍କ ସହିତ କୌଣସି ଜିଲାସ୍ତରୀୟ ଅଧିକାରୀ ସାମିଲ ହୋଇନାହାନ୍ତି।

ରାଜ୍ୟପାଳ ୨୨ ତାରିଖରେ ଉତ୍ତର ୨୪ ପ୍ରଗଣା ଗସ୍ତ କରିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୧୭ ତାରିଖରେ ଜିଲା ମାଜିଷ୍ଟ୍ରେଟଙ୍କୁ ଅବଗତ କରାଯାଇଥିଲା। ନିୟମ ଅନୁସାରେ ଜିଲା ମାଜିଷ୍ଟ୍ରେଟ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିବା କଥା। କିନ୍ତୁ ଉତ୍ତର ୨୪ ପ୍ରଗଣାର ଜିଲା ଅଧିକାରୀ ଏକ ଚିଠି ଲେଖି ଉତ୍ତର ଦେଇଥିଲେ ଯେ, ରାଜ୍ୟ ସରକାରଙ୍କ ଅନୁମତି ନ ମିଳିବା ପର୍ଯ୍ୟନ୍ତ କାହାକୁ ବି ନିମନ୍ତ୍ରଣ ପଠାଯିବ ନାହିଁ। ଏହା ସହିତ ରାଜ୍ୟପାଳଙ୍କ ବୈଠକରେ ଅଧିକାରୀମାନେ ସାମିଲ ହୋଇପାରିବେ ନାହିଁ, ସମସ୍ତ ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉତ୍ତର ବଙ୍ଗଳା ଗସ୍ତ ପାଇଁ ସାଥୀରେ ଯାଇଛନ୍ତି।

- Advertisement -

ଜିଲା ଅଧିକାରୀଙ୍କ ଏପରି ଚିଠି ମିଳିବା ପରେ ରାଜ୍ୟପାଳ କହିଛନ୍ତି, ମୋତେ ଏଭଳି ଲାଗୁଛି ଯେ ପଶ୍ଚିମବଙ୍ଗରେ କୌଣସି ପ୍ରକାର ସେନସରଶିପ ରହିଛି। ଏହା ସମ୍ପୂର୍ଣ୍ଣ ଅସମ୍ବିଧାନିକ। ଅଧିକାରୀମାନଙ୍କ ଏପରି ବ୍ୟବହାରକୁ ନେଇ ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଯଦି ତାଙ୍କୁ କାହା ସାଥୀରେ କଥାବର୍ତ୍ତା କରିବାର ଅଛି, ତା’ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାର କ’ଣ ଆବଶ୍ୟକତା ରହିଛି?

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories