www.samajalive.in
Monday, December 8, 2025
20.1 C
Bhubaneswar

ଦୀର୍ଘଦିନ ଛୁଟିରେ ବଡସାହି ତହସିଲଦାର , ଫଣି କ୍ଷତିଗ୍ରସ୍ତଙ୍କୁ ମିଳିପାରୁନି ସହାୟତା ରାଶି

ବଡ଼ସାହି: ସ୍ଥାନୀୟ ତହସିଲଦାର ଦୀର୍ଘ ଦିନ ଧରି ଛୁଟିରେ ଥିବାରୁ କାର୍ୟ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି। ଚଳିତ ବର୍ଷ ମଇ ୩ତାରିଖରେ ଫଣି ତାଣ୍ଡବରେ ବଡ଼ସାହି ବ୍ଲକର କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସହାୟତା ରାଶି ବା ରିଲିଫ ଟଙ୍କାକୁ ଏପର୍ୟ୍ୟନ୍ତ ପ୍ରଦାନ କରାଯାଇ ପାରୁନାହିଁ। ଫଳରେ ପ୍ରାକୃତିକ ବିପର୍ୟ୍ୟୟରେ ବିପନ୍ନ ଲୋକଙ୍କୁ ଥଇଥାନ କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧିତ ହୋଇପାରୁ ନାହିଁ। ଫଣି ଦ୍ୱାରା କ୍ଷୟକ୍ଷତି ଘଟିଥିବା ନେଇ ରାଜସ୍ୱ ନୀରିକ୍ଷକ ମାନଙ୍କ ଦ୍ୱାରା ତଦନ୍ତ ପୂର୍ବକ ସଦର ଉପଜିଲାପାଳଙ୍କୁ ତାହାର ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟକୁ ଭିତ୍ତି କରି ସରକାରଙ୍କ ରିଲିଫ ପାଣ୍ଠିରୁ ପ୍ରଥମ ପର୍ୟ୍ୟାୟରେ ୩୮ଜଣ ହିତାଧିକାରୀଙ୍କ ପାଇଁ ୧ଲକ୍ଷ ୫୪ହଜାର ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ତହସିଲ କାର୍ୟ୍ୟାଳୟକୁ ଦେଇଛନ୍ତି। ୩୧ଜଣଙ୍କ କଚ୍ଚା ଘର ବାବଦରେ ୯୯ହଜାର ୨୦୦ଟଙ୍କ ପାଇବାକୁ ଥିବା ବେଳେ ୭ଟି କୁଡିଆ ଘର ବାବଦକୁ ୫୫ହଜାର ୩ଶହ ଟଙ୍କାର ସହାୟତା ରାଶି କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଦାନ ପାଇଁ ନିର୍ଦେଶ ରହିଛି। ପରନ୍ତୁ ବଡ଼ସାହି ତହସିଲଦାର ଅମୀୟ କୁମାର ରାଉତ ଦୀର୍ଘ ଦିନ ଧରି ଛୁଟିରେ ଥିବାରୁ ତାହା ସମ୍ଭବ ହୋଇପାରୁ ନାହିଁ। ତହସିଲ କାର୍ୟ୍ୟାଳୟର ଏପରି ଅଚଳାବସ୍ଥା ଦୂର କରିବା ସହିତ ରିଲିଫ ପାଣ୍ଠିରୁ ଆସିଥିବା ଟଙ୍କା ତୁରନ୍ତ ପ୍ରଦାନ କରାନଗଲେ ଅଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରମହାପାତ୍ର ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ପୃଥିରାଜ ପରିଡା କହନ୍ତି, ଆର୍ଥିକ କ୍ଷମତା ପ୍ରଦାନ କରିବା ପାଇଁ କାର୍ୟ୍ୟାଳୟ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଆଦେଶ ଆସିଲେ ତୁରନ୍ତ ରିଲିଫ୍‍ ଟଙ୍କା ପ୍ରଦାନ କରାଯିବ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories