www.samajalive.in
Tuesday, December 9, 2025
16.1 C
Bhubaneswar

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଜୀବନବିନ୍ଦୁ କାର୍ଯ୍ୟକ୍ରମ ଉଦ୍‍ଘାଟନ, ୪୩୨ୟୁନିଟ ରକ୍ତ ସଂଗ୍ରହ

ନେମାଳ: କରିବା ରକ୍ତଦାନ ବଞ୍ଚାଇବା ଜୀବନ ସ୍ଲୋଗାନ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ ଅବସରରେ ନେମାଳ ଥାନା ଅନ୍ତର୍ଗତ ନଇଗୁଆଁ – ଦାଉଦପୁର ଉଚ୍ଚ ବିଦ୍ୟାଳୟରେ ପରିସରରେ ଜୀବନବିନ୍ଦୁ ତଥା ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା ସବିତା ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଉତ୍କଳର ମୁକୁଟ ବିହୀନ ସମ୍ରାଟ ତଥା ଓଡିଆ ମାନଙ୍କ ମନର ମଣିଷ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ପ୍ରତ୍ୟେକ ଜନହିତକର କାର୍ଯ୍ୟ କରିଚାଲିବେ ବୋଲି ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍‍ବୋଧନ ଦେଇିଛନ୍ତି। ପ୍ରାକ୍ତନ ଯୁବ ବିଜେଡି ସଭାପତି ଅଶୋକ କୁମାର ଓଝାଙ୍କ ତତ୍ୱାବଧାନରେ ହଜରା ହଜାର କର୍ମୀ ଯୋଗଦେଇଥିବା ବେଳେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସଂମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପ୍ରଥମେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ପଞ୍ଚାୟତର ବିଭିନ୍ନ ସ୍ଥାନରେ ହାଇମାକ୍ସ ଲାଇଟର ଶୁଭ ଉଦ୍‍ଘାଟନ କରିଥିଲେ। ପରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ନଇଗୁଆଁ – ଦାଉଦପୁର ଉଚ୍ଚ ବିଦ୍ୟାଳୟ ପରିସରରେ ମେଗା ରକ୍ତଦାନ ଶିବିରରେ ଯୋଗଦେଇଥିଲେ।ଏହି ଶିବିରରେ ୪୩୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories