ବ୍ରହ୍ମପୁର : ବ୍ରହ୍ମପୁର ଭୀମରାଓପେଟାରେ ଏକ ଜୁଆ ଆଡ୍ଡା ଉପରେ ଟାଉନ ଥାନା ପୁଲିସ ଚଢାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ କରିଛି। ପ୍ରାୟ ୭ ଲକ୍ଷ ଟଙ୍କା, ୫ଟି ବାଇକ, ୧୬ ଟି ମୋବାଇଲ ପୁଲିସ ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଭୀମରାଓପେଟାରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଗୁରୁବାର ବିଳମ୍ବିତ ରାତିରେ ଟାଉନଥାନା ପୁଲିସ ଆଡ୍ଡା ଉପରେ ଚଢାଉ କରିଥିଲା।
Popular Categories



