www.samajalive.in
Monday, December 8, 2025
17.1 C
Bhubaneswar

ମୋଦୀ-ଜିନପିଙ୍ଗ ଭେଟ ପୂର୍ବରୁ ଆରଏସଏସର ଦାବି; ଅକ୍‌ସାଇ ଚୀନକୁ ଭାରତକୁ ଫେରାଉ ଚୀନ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଶୁକ୍ରବାର ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଚେନ୍ନାଇର ମହାବଲୀପୁରମରେ ଅନୌପଚାରିକ ବୈଠକ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ଅକ୍‌ସାଇ ଚୀନ ଅଞ୍ଚଳକୁ ଭାରତକୁ ଫେରାଇ ଦେବାକୁ ଚୀନ ନିକଟରେ ଦାବି କରିଛି।

ଆରଏସଏସର ବରିଷ୍ଠ ନେତା ଇଂଦ୍ରେଶ କୁମାର କହିଛନ୍ତି, ଚୀନ ନିଜର ବିସ୍ତାରବାଦୀ ନୀତି ଉପରେ ରୋକ୍‌ ଲଗାଉ। ଏହା ସହିତ ଚୀନ ପାକିସ୍ତାନକୁ କହୁ ଯେ ସେ ବେଆଇନ ଭାବେ କବ୍‌ଜା କରିଥିବା ଜାମ୍ମୁ-କାଶ୍ମୀର ଉପରୁ ନିଜର ନିୟନ୍ତ୍ରଣ ପ୍ରତ୍ୟାହାର କରୁ। ଦୁଇ ଦେଶର ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହେବ ତାହା ସେମାନଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଚୀନ ଆମର ଅକ୍‌ସାଇ ଚୀନ ଉପରେ ଅବୈଧ ଭାବେ କବ୍‌ଜା କରିଛି। ସେ ସଂସରରେ ବିଶେଷ ଭାବେ କହିଥିଲେ ଯେ ଅକ୍‌ସାଇ ଚୀନ ବି ଭାରତର। ଆଶା କରୁଛୁ ଯେ ଏହି ପ୍ରସଙ୍ଗରେ ମୋଦୀ ଚୀନ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିବେ। କାରଣ ଆଜି ନ ହେଲେ ବି କାଲି ଏହି ପ୍ରସଙ୍ଗ ଉଠିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories