www.samajalive.in
Monday, December 8, 2025
20.1 C
Bhubaneswar

କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘର ସମେତ ୩୦ ସ୍ଥାନରେ ଆୟକର ଚଢ଼ାଉ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜି. ପରମେଶ୍ଵରଙ୍କ ଘରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସେହିପରି ତାଙ୍କ ନାମରେ ରହିଥିବା ଏକ ମେଡିକାଲ କଲେଜ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର. ଏନ. ଜଲାପ୍ପାଙ୍କ ନାମରେ କୋଲାରରେ ରହିଥିବା ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମଧ୍ୟ ଚଢ଼ାଉ ହୋଇଛି। ପରମେଶ୍ଵର କହିଛନ୍ତି, ଯଦି ଶିକ୍ଷାନୁଷ୍ଠାନରେ ଆୟକର ଚଢ଼ାଉ କରାଯାଉଛି, ତେବେ ମୋର କୌଣସି ଆପତ୍ତି ନାହିଁ। ସେମାନଙ୍କୁ ସବୁ କାଗଜପତ୍ର ଯାଞ୍ଚ କରିବାକୁ ଦିଆଯାଉ।

ଆୟକର ବିଭାଗ ସୂତ୍ର ଅନୁସାରେ, ପରମେଶ୍ଵରଙ୍କ ନାମରେ ଥିବା ୩୦ଟି ଜାଗାରେ ଚଢ଼ାଉ କରାଯାଇଛି। ପରମେଶ୍ଵରଙ୍କ ମାଲିକାନାରେ ଏକ ଟ୍ରଷ୍ଟ ଦ୍ବାରା ପରିଚାଳିତ ମେଡିକାଲ କଲେଜରେ ଅନିୟମିତତା ହୋଇଥିବା ନଜରକୁ ଆସିଛି। ଅନ୍ୟପଟେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଦରମେୟା ଏହି ଚଢ଼ାଉକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories