www.samajalive.in
Monday, December 8, 2025
17.1 C
Bhubaneswar

ମହୌଷଧୀ କୋଳଥ

ସାଧାରଣତଃ ଆଜିକାଲି ମଣିଷ ନିଜ ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହୋଇପାରୁନାହିଁ। ଫଳରେ ନାନା ପ୍ରକାର ରୋଗର ଶିକାର ହେଉଛି। ତେବେ କିଛି ସାଧାରଣ କଥା ଉପରେ ଧ୍ୟାନ ଦେଲେ ବ୍ୟସ୍ତବହୁଳ ଜୀବନରେ ମଧ୍ୟ ଆମେ ନିଜକୁ ସୁସ୍ଥ ରଖି ପାରିବା। ଏପରି କିଛି ଶସ୍ୟ ଜାତୀୟ ଖାଦ୍ୟ ଅଛି ଯାହାକୁ ସେବନ କରିବା ଦ୍ବାରା ଆମେ ସୁସ୍ଥ ରହିବା ସହିତ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ। ସେହିପରି ଏକ ଶସ୍ୟ ଜାତୀୟ ଖାଦ୍ୟ ହେଉଛି କୋଳଥ ଡାଲି। ଏହା ସ୍ବାସ୍ଥ୍ୟ ପାଇଁ ଏକ ମହୌଷଧୀ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ଅନେକ ଲୋକ କୋଳଥ ଡାଲି ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ଏହାକୁ ଖାଇବାକୁ ସେତେଟା ଆଗ୍ରହ ପ୍ରକାଶ କରନ୍ତିନାହିଁ। ହେଲେ ସେମାନେ ଥରେ କୋଳଥ ଡାଲିର ଅଦ୍ଭୁତ ଉପକାରୀତା ବିଷୟରେ ଜାଣିଲେ ନିଶ୍ଚିତ ରୂପେ ଏହାକୁ ଖାଇବା ଆରମ୍ଭ କରିବେ।
ନିୟମିତ କୋଳଥ ଡାଲି ଖାଇଲେ ମେଦ ହ୍ରାସ ହୋଇଥାଏ। ଏହାବ୍ୟତୀତ ପେଟରେ ଷ୍ଟୋନ ହୋଇଥିଲେ ଏହା ବିଶେଷ ଭାବେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କୋଳଥ ଡାଲି ଖାଇଲେ କିମ୍ବା କୋଳଥ ପାଣି ପିଇବା ଦ୍ୱାରା ପେଟରେ ଷ୍ଟୋନ ସମସ୍ୟା ଦୂର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ଏ ଥିବାରୁ ଏହା ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହାବ୍ୟତୀତ ଚକ୍ଷୁ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories