www.samajalive.in
Thursday, December 11, 2025
27.1 C
Bhubaneswar

ସଚିନ ତେନ୍ଦୁଲକରଙ୍କୁ ସ୍ୱଚ୍ଛତା ଅଗ୍ରଦୂତ ପୁରସ୍କାର

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ସ୍ୱଚ୍ଛତା ଅଗ୍ରଦୂତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଇଣ୍ଡିଆ ଟୁଡ଼େ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି, ଗତ ୫ ବର୍ଷରେ ସ୍ୱଚ୍ଛତା ଅଭିଯାନ ଗାନ ଆନ୍ଦୋଳନରେ ପରିଣତ ହୋଇଛି।

କୋବିନ୍ଦ କହିଛନ୍ତି, ଏହି ଅଭିଯାନରେ ଗାଁ ମୁଖିଆଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଛନ୍ତି ଓ ସଫଳ କରାଇଛନ୍ତି। ସାଧାରଣ ନାଗରିକମାନଙ୍କ ସହଯୋଗ ହୋଇ ନ ଥିଲେ, ଏହି ଅଭିଯାନ କଦାପି ସଫଳ ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି। ଦେଶ ଖୋଲା ଶୌଚ ମୁକ୍ତ ହେବା ପୂଜ୍ୟ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଭାରତର ସାମଗ୍ରିକ ବିକାଶ ପାଇଁ ଜାତିସଂଘ ୨୦୩୦ ମସିହା ଧାର୍ଯ୍ୟ କରିଥିବା ବେଳେ ଆମେ ୧୧ ବର୍ଷ ପୂର୍ବରୁ ତାହା ହାସଲ କରିବାରେ ସକ୍ଷମ ହୋଇପାରିଛୁ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories