ୱାଶିଂଟନ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା କରିଛି। ପାକିସ୍ତାନ ଯଦି ଆତଙ୍କବାଦୀମାନଙ୍କୁ କାବୁ କରି ରଖିବ, ତା’ହେଲେ ଆକ୍ରମଣକୁ ରୋକାଯାଇ ପାରିବ ବୋଲି ଆମେରିକା କହିଛି। ଆମେରିକାର ଭାରତ-ପ୍ରଶାନ୍ତ ସୁରକ୍ଷା ବ୍ୟାପାର ସହାୟକ ରକ୍ଷାମନ୍ତ୍ରୀ ରୈଣ୍ଡଲ ସାଇବର ୱାଶିଂଟନରେ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଭାରତର କଡ଼ା ପଦକ୍ଷେପ ପରେ ଆତଙ୍କବାଦୀମାନେ ସୀମା ପାର କରି ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଅନେକ ଦେଶ ମଧ୍ୟରେ ଭୟ ରହିଛି। କାଶ୍ମୀର ପ୍ରସଙ୍ଗରେ ଚୀନ ପାକିସ୍ତାନକୁ ସମର୍ଥନ କରିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସାଇବର କହିଛନ୍ତି, ମୋତେ ଲାଗୁ ନାହିଁ ଯେ ଚୀନ ଏପରି କୌଣସି ସଂଘର୍ଷ ଚାହିଁବ କିମ୍ବା ପାକିସ୍ତାନକୁ ସମର୍ଥନ କରିବ। ପାକିସ୍ତାନକୁ ଚୀନର ସମର୍ଥନ କୂଟନୈତିକ ଏବଂ ରାଜନୈତିକ ସମର୍ଥନ ବୋଲି କୁହାଯାଇପାରେ। ଅନ୍ତର୍ଜାତୀୟ ମଞ୍ଚରେ ଚୀନ ପାକିସ୍ତାନକୁ ସମର୍ଥନ କରିଛି। ଜାତିସଂଘରେ କାଶ୍ମୀର ପ୍ରସଙ୍ଗକୁ ଉପସ୍ଥାପନ କରାଯିବ କି ନାହିଁ, ସେନେଇ ଯଦି କୌଣସି ଆଲୋଚନା ହୁଏ, ତା’ହେଲେ ଚୀନ ଏହାର ସମର୍ଥନ କରିବ। କିନ୍ତୁ ଚୀନ ଏହାଠାରୁ ଅଧିକ କିଛି କରିବ ବୋଲି ଲାଗୁନାହିଁ।
ଭାରତରେ ଆକ୍ରମଣ କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ: ଆମେରିକା
Popular Categories



