www.samajalive.in
Monday, December 8, 2025
20.1 C
Bhubaneswar

କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ବସି କାମ କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ!

ସାଧାରଣତଃ ଆଜିକାଲି ସବୁ କାମ କମ୍ପ୍ୟୁଟରରେ ହେଉଛି। ଲୋକେ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରୁଛନ୍ତି। ହେଲେ ସେମାନେ ହୁଏତ ଶରୀର ଉପରେ ପଡ଼ୁଥିବା ଏହାର କୁପ୍ରଭାବ ବିଷୟରେ ଜାଣନ୍ତି ନାହିଁ। ଏହା ଦ୍ୱାରା ଆଖି ଉପରେ ଅଧିକ ପ୍ରଭାବ ପଡ଼ିବା ସହ ସମ୍ପୂର୍ଣ୍ଣ ଶରୀର ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା, କମ୍ପ୍ୟୁଟର ଆଗରେ ଦୀର୍ଘ ସୟମ ଧରି ବସି କାମ କରିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଆମ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିବ ନାହିଁ।

କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ବେଳେ ଅଧିକ ସମୟ ପର୍ୟ୍ୟନ୍ତ ଆଦୌ ବସନ୍ତୁ ନାହିଁ। ପ୍ରତି ୧ ଘଣ୍ଟା ଅନ୍ତରରେ ଥରେ ଉଠି ବାହାରେ ଟିକେ ବୁଲି ଆସନ୍ତୁ।

- Advertisement -

କମ୍ପ୍ୟୁଟରକୁ ଆଖିର ଅତି ନିକଟରେ ନ ରଖି କିଛି ଦୂରରେ ରଖନ୍ତୁ। କିଛି ସମୟ କାମ କରିବା ପରେ ଉଠି ଯାଇ ଆଖିକୁ ଥଣ୍ଡା ପାଣି ଛାଟନ୍ତୁ। ଏପରି କଲେ ଆଖିକୁ ଆରାମ ମିଳିଥାଏ।

କାର୍ଯ୍ୟ କରିବାର କିଛି ସମୟ ପରେ ୫-୧୦ ମିନିଟ୍ ପାଇଁ ଆଖିକୁ ବନ୍ଦ କରନ୍ତୁ। ଏହା ବ୍ୟତୀତ ସିଟ୍‌ରୁ ଉଠି ବାହାରେ ସବୁଜ ଗଛପତ୍ରକୁ କିଛି ସମୟ ଚାହିଁ ରୁହନ୍ତୁ।

ରାତିରେ ସ୍ମାର୍ଟ ଫୋନକୁ ଅଧିକ ସମୟ ଚାହିଁ ରୁହନ୍ତୁ ନାହିଁ। ଏହା ଦ୍ୱାରା ଆଖି ବିନ୍ଧିବା ସହ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ। ଅଧିକାଂଶ ସମୟରେ ଆଖି ଦରଜ ହେଉଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଆବଶ୍ୟକ ପଡ଼ିଲେ ଚଷମା ବ୍ୟବହାର କରନ୍ତୁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories