www.samajalive.in
Monday, December 8, 2025
20.1 C
Bhubaneswar

୭ଦଫା ଦାବି ନେଇ ଏଆଇସିସିଟିୟୁ ପକ୍ଷରୁ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପିପିଲି : ଏଆଇସିସିଟିୟୁ ପିପିଲି ବ୍ଳକ କମିଟି ପକ୍ଷରୁ ୭ଦଫା ଦାବି ନେଇ ମଙ୍ଗଳବାର ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯିବା, ଏନ୍‍ଆର୍‍ଇଜିଏ ଯୋଜନାରେ ସମସ୍ତ ଜବ୍‍କାର୍ଡଧାରୀଙ୍କୁ କାମ ନଚେତ୍‍ ବେକାରୀଭତ୍ତା ପ୍ରଦାନ, ନିର୍ମାଣ ଶ୍ରମିକ ପଞ୍ଜିକରଣ ପ୍ରକ୍ରିୟାକୁ ସରଳିକରଣ ଓ ସଠିକ୍‍ ସମୟରେ ପଞ୍ଜିକରଣ ନିୟମିତ କରାଯିବା, ନିର୍ମାଣ ଶ୍ରମିକଙ୍କୁ ଯନ୍ତ୍ରପାତି, ସାଇକେଲ, ଶିକ୍ଷାବୃତ୍ତି, ବିବାହ ଓ ମୃତ୍ୟୁକାଳୀନ ସହାୟତାକୁ ଠିକ ସମୟରେ ପ୍ରଦାନ କରାଯିବା, ନିର୍ଦ୍ଧାରିତ ସମୟରେ ନବୀକରଣ କରିପାରିନଥିବା ଶ୍ରମିକଙ୍କୁ ପୁନଃ ନବିକରଣ ପାଇଁ ସୁଯୋଗ ଦିଆଯିବା, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ଚୟନ ପ୍ରକ୍ରିୟାରେ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରାଯିବା, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ସହ ସାମୁଦ୍ରିକ ବାତ୍ୟା ଫନି’ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବାସଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯିବା ଆଦି ଦାବିରେ ଶତାଧିକ ମହିଳା ଓ ପୁରୁଷ ପିପିଲି ତରାକାଜ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପିପିଲି ବଜାର ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଏଆଇସିସିଟିୟୁ ରାଜ୍ୟ ସଂପାଦକ ମହେନ୍ଦ୍ର କୁମାର ପରିଡା, ଜିଲା ସଭାପତି ରବିନ୍ଦ୍ର କୁମାର ସ୍ୱାଇଁ, ସଂପାଦକ ଲିଟୁଲାଲ ଦେବ ସୁବୁଦ୍ଧି ପ୍ରମୁଖ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ପୁରୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପିପିଲି ବିଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories