ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ନିକଟ ପୁଟୁଳିଆ ରାସ୍ତାର ପେଟ୍ରୋଲ ପମ୍ପ ସାମ୍ନା ବୁଲାଣିରେ ସୋମବାର ରାତି ୯ ଟା ସମୟରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ୨ଯୁବକ ଗୁରୁତର ହୋଇଛନ୍ତି। ଜଣେ ଯୁବକଙ୍କର ଦୁର୍ଘଟଣାରେ ଗୋଟିଏ ଆଖି ବାହାରି ଯାଇଛି। ଦୁଇ ବାଇକରେ ଥିବା ଦୁଇଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଦମକଳ ବାହିନୀ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣାଗ୍ରସ୍ତ ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ନୂଆପଡ଼ାର ଧନେଶ୍ଵର ମହାନ୍ତ ହୋଇଥିବାବେଳେ ଆଉଜଣେ ସୁଆମ ଶାସନର ଅଭୟ ନାୟକ।
Popular Categories



