www.samajalive.in
Monday, December 8, 2025
27.1 C
Bhubaneswar

ଚୀନର ଜଣେ ପୂର୍ବତନ ମେୟରଙ୍କ ଘରୁ ୧୧.୩ ଟନ୍ ସୁନା ଇଟା ଜବତ

ବେଜିଙ୍ଗ: ଚୀନର ଦାନଝୋଉ ରାଜ୍ୟର ଜଣେ ୫୭ ବର୍ଷୀୟ ପୂର୍ବତନ ମେୟର ଝାଙ୍ଗ କ୍ୟୁଙ୍କ ଘରୁ ପ୍ରାୟ ୪୭୦୦ କୋଟି ଟଙ୍କାର ସୁନା ଇଟା ଜବତ ହୋଇଛି। ଜବତ ସୁନା ଇଟାର ଓଜନ ୧୧.୩ ଟନ୍(୧୧୭୯୩ କେଜି) ବୋଲି ଜଣାପଡିଛି। ଏହି ସୁନା ଇଟାକୁ ପୂର୍ବତନ ମେୟର ଝାଙ୍ଗ କ୍ୟୁ ଘରର ଭୂତଳ କୋଠରୀରେ ଲୁଚାଇ ରଖିଥିଲେ।

- Advertisement -

ପୁଲିସ ସୂଚନା ଅନୁଯାୟୀ, ଝାଙ୍ଗ କ୍ୟୁଙ୍କ ଘର ଅନେକ ହଜାର ବର୍ଗଫୁଟରେ ନିର୍ମିତ। ତାଙ୍କ ଘର ମଧ୍ୟରେ ଥିବା ଏକ ଭୂତଳ କୋଠରୀ​‌ରେ ସେ ଏହି ବିପୁଳ ପରିମାଣର ସୁନା ଇଟା ଲୁଚେଇ ରଖିଥିଲେ। ସୁନା ଇଟା ବ୍ୟତୀତ ତାଙ୍କ ଘରୁ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି।

ସୂଚନାଯୋଗ୍ୟ, ଏକ ଗୁପ୍ତ ସୂଚନା ଆଧାରରେ ପୁଲିସ ପୂର୍ବତନ ମେୟର ଝାଙ୍ଗ କ୍ୟୁଙ୍କ ଘରେ ଚଢାଉ କରିଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେରଳରେ ଭଷ୍ଟାଚାରକୁ ନେଇ କଡା ନିୟମ ରହିଛି। ଏହି ମାମଲାରେ ପୂର୍ବତନ ମେୟରଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିବାର ଆଶଙ୍କା କରାଯାଉଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories