www.samajalive.in
Monday, December 8, 2025
27.1 C
Bhubaneswar

ଓଡିଶାର ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ କରିବ ଦକ୍ଷିଣ କୋରିଆ

ଭୁବନେଶ୍ୱର : ଓଡିଶାରେ ପୁଣି ପୁଞ୍ଜିନିବେଶ କରିବା ପାଇଁ ଦକ୍ଷିଣ କୋରିଆ ମନ ବଳାଇଛି । ଏନେଇ ସୋମବାର ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲଙ୍କ ୪୬ ଜଣିଆ ବ୍ୟବସାୟିକ ପ୍ରତିନିଧି ଦଳ ଓଡିଶାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ କୋରିଆ ପ୍ରତିନିଧି ଦଳ ଆଗ୍ରହ ପ୍ରକାଶ କରିଛନ୍ତି । କୃଷି, ମତ୍ସ୍ୟ, ବୟନ ଶିଳ୍ପ ଏବଂ ଇଲେକ୍ଟ୍ରୋନିକସ ଆଦି ଛଅଟି କ୍ଷେତ୍ରରେ ଦକ୍ଷିଣ କୋରିଆ ପୁଞ୍ଜି ନିବେଶ କରିବ ବୋଲି ଆଲୋଚନା ହୋଇଛି । ସରକାରଙ୍କର ବାଣିଜ୍ୟ ନୀତି ଏବଂ ସରକାର ପ୍ରଦାନ କରୁଥିବା ପ୍ରୋତ୍ସାହନ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଛି । ନିବେଶ ପରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରିର ସୁଯୋଗ ମିଳିବ ଏବଂ ଓଡିଶାବାସୀ ଉପକୃତ ହେବେ ବୋଲି ବୈଠକ ପରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ  ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ଉପସ୍ଥିତ ରହିଥିଲେ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories