www.samajalive.in
Monday, December 8, 2025
17.1 C
Bhubaneswar

ସୋମବାର ରାଶିଫଳ

ମେଷ: ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି। ଉଚ୍ଚଆଶା ଫଳବତୀ ହୋଇପାରେ। ସୁଖୀ ହେବେ। ଆନନ୍ଦ ଉଲ୍ଲାସରେ ଦିନ ବିତାଇପାରନ୍ତି। ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ।
ବୃଷ: ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ। ଯେକୌଣସି ସୂତ୍ରରୁ ଧନ ମିଳିବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ସ୍ତ୍ରୀ ଧନହେତୁ ସୁଖଭୋଗ କରିବେ। ଉପଯୁକ୍ତ ମନ୍ତ୍ରଣାଦାତା ହେବେ। କାବ୍ୟକର୍ତ୍ତା ହୋଇପାରନ୍ତି।
ମିଥୁନ: ଘରକୁ ବିଳାସ ଦ୍ରବ୍ୟ ଆଣି ପାରନ୍ତି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ସାହାଯ୍ୟ ପ୍ରାପ୍ତ ହେବେ। ଦୀର୍ଘଦିନର ଆଶାପୂରଣ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସୁଖ ଅବ୍ୟାହତ ରହିବ।
କର୍କଟ: ପେଟରେ ବ୍ୟଥା ଅନୁଭବ କରିପାରନ୍ତି। କାର୍ଯ୍ୟକ୍ଷେତ୍ର କଷ୍ଟସାଧ୍ୟ ହୋଇପାରେ। ଆୟବୃଦ୍ଧିର ସୂଚନା ମିଳୁଥିବାବେଳେ ବ୍ୟୟ ବୃଦ୍ଧିକୁ ରୋକି ହେବ ନାହିଁ। ଆକସ୍ମିକ ଭାବେ ଲାଭବାନ୍‌ ହେବେ। ସ୍ନେହବୋଳା କଥା କହି ପରକୁ ଆପଣାର କରିବେ।
ସିଂହ: ମାଲିମୋକଦ୍ଦମାରେ ଜିତାପଟ୍‌ ନେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଚଞ୍ଚଳ ଚେଷ୍ଟିତ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିଳାସ ବ୍ୟସନ କରିପାରନ୍ତି। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ସରକାରଙ୍କ କୃପାପାତ୍ର ହେବେ।
କନ୍ୟା: ଅର୍ଥାଗମ ଅତି ସହଜରେ ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପାଇବାର ସୂଚନା ମିଳୁଛି। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। କୀର୍ତ୍ତିମାନ୍‌ ହେବେ। ବହୁବିଧ ଧନର ଅଧିକାରୀ ହେବେ। ଗୁଣଜ୍ଞ ହେବେ।
ତୁଳା: ସତର୍କତା ଆପଣଙ୍କ ପାଇଁ ଉପାଦେୟ ହେବ। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜ୍ୟ-ପୂଜା ପାଇଁ ତତ୍ପରତା ପ୍ରକାଶ କରିବେ। ଉପୁଜିଥିବା ସମସ୍ୟା ଦୂର ହେବ। ପ୍ରତିଦ୍ବନ୍ଦ୍ବିତାରେ ସଫଳ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବିଳାସ ବ୍ୟସନ କରିପାରନ୍ତି।
ବିଛା: ନୂତନ ନିଯୁକ୍ତିର ସୁଯୋଗ ଅଛି। ସାମାନ୍ୟ ଅସୁସ୍ଥତା ଦେଖାଦେଇ ପାରେ। ସ୍ବାଭିମାନୀ ହେବେ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାସ୍ତ୍ରପଟୁ ହୋଇପାରନ୍ତି।
ଧନୁ: ଆତ୍ମବିଶ୍ବାସ ବଢ଼ାଇ ପାରିନ୍ତି। ବନ୍ଧୁ ମିଳନ ଆପଣଙ୍କ ପାଇଁ କଲ୍ୟାଣମୂଳକ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଆର୍ଥିକସ୍ଥିତିରେ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ପତ୍ନୀଙ୍କ ଉପଦେଶକୁ ମାନିବାକୁ ବାଧ୍ୟ ହୋଇପାରନ୍ତି।
ମକର: ଯେତେ ସାବଧାନ୍‌ ରହିଲେ ମଧ୍ୟ ଆପଣଙ୍କ ଗୋପନ ତଥ୍ୟ ପ୍ରକାଶ ପାଇଯାଇପାରେ। ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ବିତାଇପାରନ୍ତି। ସର୍ବତ୍ର ଶୁଭ ଆଶାକରାଯାଏ। ଶତ୍ରୁ ଦମନ କରି, ଆତ୍ମସନ୍ତୋଷ ଲାଭ କରିବେ। ବିନୀତ ସ୍ବଭାବର ହେବେ।
କୁମ୍ଭ: ଅଧିକ ଦାୟିତ୍ବ ବହନ କରିପାରନ୍ତି। ଦିନଟି ସମସ୍ୟା ବହୁଳ ହେଲେ ବି, ତା’ର ଆଶୁ ସମାଧାନ କରିବାରେ ସକ୍ଷମ ହେବେ। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ।
ମୀନ: ଚିନ୍ତା ଦୂରେଇ ଯିବ। ଚିନ୍ତାଧାରା ଉନ୍ନତମାନର ହେବ। ବିବାଦରେ ବିଜୟୀ ହେବେ। ବିଳାସୀ ହୋଇପାରନ୍ତି। କୃଷିକାର୍ଯ୍ୟରେ ମନଦେବେ। ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ପ୍ରକାଶ ପାଇବ। ମଧୁରଭାଷୀ ହେବେ। ନିନ୍ଦୁକମାନଙ୍କ ମୁଖ ବନ୍ଦ କରିବେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories