www.samajalive.in
Monday, December 8, 2025
20.1 C
Bhubaneswar

୪ଜିବି ରାମ ଓ ୬୪ଜିବି ଷ୍ଟୋରେଜ ସହିତ ଭାରତୀୟ ବଜାରକୁ ଆସିଲା ମୋଟୋରୋଲାର ସବୁଠାରୁ ଶସ୍ତା ସ୍ମାର୍ଟଫୋନ

ନୂଆଦିଲ୍ଲୀ: ମୋଟୋରୋଲା କମ୍ପାନୀ ସୋମବାର ତାର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ‘ମୋଟୋ ଇ୬ଏସ’ର ବଜାର ପ୍ରବେଶ କରିଛି। କିଛିଦିନ ପୂର୍ବେ ପ୍ରଥମ ଥର ପାଇଁ ‘ମୋଟୋ ଇ୬ଏସ’ ଫୋନର ଝଲକ ଆଇଫଏ ୨୦୧୯କାର୍ୟ୍ୟକ୍ରମରେ ଦେଖାଯାଇଥିଲା। ଏହି ଫୋନରେ ଏଚଡି ପ୍ଲସ ଡିସପ୍ଲେ , ଆଣ୍ଡ୍ରଏଡ ପାଇ ଏବଂ ଅକ୍ଟାକୋର ମିଡିଆଟେକ ପ୍ରୋସେସରର ସପୋର୍ଟ ଦିଆଯାଇଛି। ସେପ୍ଟେମ୍ବର ୨୩ରୁ ଏହି ଫୋନକୁ ଅନଲାଇନ୍ ଷ୍ଟୋର ଫ୍ଲିପକାର୍ଟରେ ଉପଲବ୍ଧ ହେବାର ସୂଚନା ମିଳିଛି।

pic courtesy-firstpost

‘ମୋଟୋ ଇ୬ଏସ’ର ମୂଲ୍ୟ
ଏହାର ୪ଜିବି ରାମ ଏବଂ ୬୪ଜିବି ଫୋନର ମୂଲ୍ୟ ୭ହଜାର ୯୯୯ଟଙ୍କା। ଏହି ଫୋନକୁ କିଣିବା ଦ୍ବାରା ଜିଓ ତରଫରୁ ୨ହଜାର ୨୦୦ଟଙ୍କାର କ୍ୟାଶବ୍ୟାକ୍ ମିଳିବ। ଏହି ଫୋନ ଆଣ୍ଡ୍ରଏଡ ପାଇ୯ ଏବଂ ଷ୍ଟକ ଇଣ୍ଟରଫେସ୍ ଉପରେ କାମ କରିବ। ଏହାସହିତ ଫୋନରେ ୬.୧ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ୍ ୭୨୦/୧୫୬୦ପିକ୍ସଲ। ଏଥିରେ ଅକ୍ଟାକୋର ହିଲିଓ ପି-୨୨ ଏସଓସି ଏବଂ ୪ଜିବି ରାମ ରହିଛି।
ଫୋନରେ ଡୁଆଲ ରିଅର କ୍ୟାମେରା ରହିଛି, ଯେଉଁଥିରେ୧୩ମେଗାପିକ୍ସେଲର ପ୍ରାଇମେରୀ ସେନସର ଏବଂ ୨ମେଗାପିକ୍ସେଲର ଡେପ୍ଥ ସେନସର ସାମିଲ ରହିଛି। ସଂଯୋଗ ପାଇଁ ଫୋନରେ ବ୍ଲୁଟୁଥ ୫.୦, ଜିପିଏସ୍, ୱାଇ-ଫାଇ ଏବଂ ୟୁଏସବି ପୋର୍ଟ ଭଳି ଫିଚର୍ସ ପାଇପାରିବେ। ଏହାସହିତ ଫୋନରେ ୩ହଜାର ଏମଏଚ୍ ବ୍ୟାଟେରୀ ମିଳିବ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories