www.samajalive.in
Monday, December 8, 2025
27.1 C
Bhubaneswar

ଏହି ବିଶେଷ ଦ୍ରବ୍ୟ ପାଇଁ ପ୍ରସିଦ୍ଧ ଦିଲ୍ଲୀର ୫ଟି ଶସ୍ତା ବଜାର

ଦିଲ୍ଲୀ ବିଭିନ୍ନ ଦୃଷ୍ଟି କୋଣରୁ ପ୍ରସିଦ୍ଧ। ବୃହତ୍ତକାୟ ଅଟ୍ଟାଳିକା, ବହୁ କାର୍ଯ୍ୟାଳୟ, ଷ୍ଟ୍ରୀଟ୍‍ ଫୁଡ଼, ଐତିହାସିକ ସ୍ଥାନ, ବିଭିନ୍ନ ମାର୍କେଟ ଯେଉଁଠାରେ ଖୁବ ଶସ୍ତାରେ ଜିନିଷ ମିଳିଥାଏ। ଜାଣନ୍ତୁ ଦିଲ୍ଲୀ କିଛି ସେଭଳି ମାର୍କେଟ ବିଷୟରେ….
ତିଲକ ନଗର –
ଦିଲ୍ଲୀର ପ୍ରାୟ ବହୁ ସ୍ଥାନରେ ଖୁବ ସୁଆଦିଆ ଷ୍ଟ୍ରୀଟ୍‍ ଫୁଡ଼ ମିଳିଥାଏ। ମାତ୍ର ତିଲକ ନଗର ରାସ୍ତାରେ ଭିନ୍ନ ଭିନ୍ନ ପ୍ରକାରର ସୁଆଦିଆ ବ୍ୟଞ୍ଜନ ଓ ବହୁ ଖାଦ୍ୟପେୟ ଜିନିଷ ମିଳିଥାଏ। ଯାହାର ମଜା  ନେବା ପାଇଁ ବହୁଳ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥାଏ।
ଛତରପୁର –
ଏହି ସ୍ଥାନରେ ରଙ୍ଗବେରଙ୍ଗ ଓ ବହୁ ପ୍ରକାର ସୁନ୍ଦର ଫୁଲ ମିଳିଥାଏ। ସେହି ସମୟରେ ରଙ୍ଗବେରଙ୍ଗର ଫୁଲରେ ସ୍ଥାନଟି ଖୁବ ସୁନ୍ଦର ଦେଖାଯାଏ। ଏହାସହ ରାସ୍ତା କଡ଼ରେ ବିଭିନ୍ନ ପ୍ରକାର ଫୁଲ ମଧ୍ୟ ବିକ୍ରି ହୋଇଥାଏ।
ବଲ୍ଲୀମାରାମ ବଜାର –
ପୁରୁଣା ଦିଲ୍ଲୀର ବଲ୍ଲୀମାରାମ ବଜାରରେ ଆପଣ ଛୋଟ ଠାରୁ ଆରମ୍ଭ କରି ବଡ଼ ସମସ୍ତ ପ୍ରକାରର ଷ୍ଟାଇଲିସ ଓ ଚକ୍ଷୁ ପାଇଁ ଡ଼ାକ୍ତରୀ ଚଷମା ପାଇପାରିବେ।
ସତ୍ୟ ନିକେତନ –
ଏଠାରେ ଶସ୍ତାରେ କୋଲ୍ଡ କଫି ଓ ପିଜ୍ଜା ମିଳିଥାଏ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସରରେ ନିକଟରେ ବହୁ ପ୍ରକାରର କାଫେ ଓ ଅନ୍ୟାନ୍ୟ ରେଷ୍ଟ୍ରୁରାଣ୍ଟ ରହିଛି। ଯେଉଁଠାରେ ଶସ୍ତାରେ ଆପଣ ଦୁନିଆର ବିଭିନ୍ନ ପ୍ରକାର ଖାଦ୍ୟପେୟ ପାଇପାରିବେ ଓ ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା ନେଇପାରିବେ।
ଖାରୀ ବାଓଲୀ ରୋଡ଼୍‍ –
ଚାନ୍ଦିନୀ ଚୌକର ନିକଟରେ ଥିବା ଖାରୀ ବାଓଲୀ ରୋଡ଼୍‍ ଭାରତ-ଏସିଆର ସବୁଠାରୁ ବଡ଼ ମସଲା ବଜାର ଭାବରେ ବେଶ ଜଣାଶୁଣା। ଏଠାରେ ଆପଣ ସମସ୍ତ ପ୍ରକାର ମସଲା ପାଇପାରିବେ। ଏହାସହ ରଙ୍ଗବେରଙ୍ଗ ଆକାର ବହୁ ମସଲା ଜାତୀୟ ଦ୍ରବ୍ୟର ଫଟୋ ଉଠାଇପାରିବେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories