www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

 

(୧) ଧାମନଗରରେ କାମ ଦେଲାନି ବିଜେଡିର ମହିଳା କାର୍ଡ… ଫୁଟିଲା ବିଜେପିର ପଦ୍ମ… ସୁରଜଙ୍କ ମୁଣ୍ଡରେ ସୁନାକଳସ ଢାଳିଲା ହାତୀ… ଅଧିକ ୯,୮୮୧ଖଣ୍ଡ ଭୋଟ୍‌ ଦେଇ ସୂର୍ଯ୍ୟବଂଶୀ ସୁରଜଙ୍କୁ ଆଶୀର୍ବାଦ କଲେ ଧାମନଗରବାସୀ… ବିଜୟକୁ ନେଇ ବିଜେପି ଶିବିର ଚଳଚଞ୍ଚଳ… ସୁରଜ କହିଲେ, ଏହି ବିଜୟ ମୋର ନୁହେଁ, ଧାମନଗରବାସୀଙ୍କ ବିଜୟ…

- Advertisement -

(୨) ବିଜେପିର ବିଜୟ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… କହିଲେ, ଜନାଦେଶକୁ ଦେଉଛି ସମ୍ମାନ… ଆମେ ହାରିଛୁ ଖୁବ୍‌ କମ୍‌ ଉପନିର୍ବାଚନ.. ଦିବଂଗତ ବିଧାୟକ ବିଷ୍ଣୁ ସେଠୀ ଥିଲେ ବହୁ ଲୋକପ୍ରିୟ… ତେଣୁ ବିଜେପିର ଥିଲା ଜିତିବା ସମ୍ଭାବନା…

(୩) ସିମୁଳିଆ  ଥାନା ଜାମୁଝାଡ଼ି ତାରିଣୀ ଛକ ନିକଟରେ ସିରିଜ୍‌ ଦୁର୍ଘଟଣା… ପଛକୁ ପଛ ପିଟିହେଲେ ଦୁଇଟି କର୍ ଓ ଗୋଟିଏ ତେଲ ଟ୍ୟାଙ୍କର… ୩ ମୃତ, ୪ ଗୁରୁତର… ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…ଘଟଣାସ୍ଥଳରେ ପୁଲିସ କରୁଛି ତଦନ୍ତ…

(୪) ଆଜି ୧୨ ଘଣ୍ଟା ପାଇଁ ବୀରମିତ୍ରପୁର ବନ୍ଦ… ସକାଳ ୭ରୁ ସଂଧ୍ୟା ୭ଟା ଯାଏଁ ବନ୍ଦ ଡାକରା… ଜାତୀୟ ରାଜପଥ ମରାମତି ଦାବିରେ ବୀରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ… ରାସ୍ତାଘାଟ ଶୂନଶାନ… ଖୋଲିନି ଦୋକାନ ବଜାର… ଶାନ୍ତିଶୃଙ୍ଖଳାରେ କରାଯାଉଛି ବନ୍ଦ ପାଳନ…

(୫) ଧାମନଗର ପରେ ପଦ୍ମପୁର ଉପରେ ବିଜେପିର ଆଖି… ଉପନିର୍ବାଚନ ପାଇଁ ସଜବାଜ ହେଲେଣି ସମସ୍ତ ଦଳ… ବିଜେଡି ପାଇଁ ବଢ଼ିଛି ଚ୍ୟାଲେଞ୍ଜ… ଧାମନଗର ଉଦାହରଣ ଦେଇ ପଦ୍ମପୁର ଆସନ ହାତେଇବାକୁ ଉଦ୍ୟମ କରିପାରେ ଭାରତୀୟ ଜନତା ପାର୍ଟି… ପ୍ରାର୍ଥୀ ଚୟନ ପାଇଁ ଆରମ୍ଭ ହେଲାଣି କସରତ…

(୬) ୬ ରାଜ୍ୟର ଉପନିର୍ବାଚନରେ ୭ ବିଧାନସଭା ଆସନରୁ ୪ ଆସନ ହାତେଇଲା ବିଜେପି… ବିହାରର ଲାଲୁଙ୍କ ଗଡ଼ରେ ରାଜ କରିବ ଗେରୁଆ​‌ ଦଳ… ମହାରାଷ୍ଟ୍ରର ଏକନାଥ ସିନ୍ଦେ ଗୋଷ୍ଠିଙ୍କୁ ଚେକ୍‌ ଦେଲା ଉଦ୍ଧବ ଗୋଷ୍ଠି… ତେଲେଙ୍ଗାନାରେ ବିଜୟ ହେଲା ଟିଆରଏସ୍‌…

(୭) ଆଜି କାର୍ତ୍ତିକ ମାସ ପଞ୍ଚୁକର ଚତୁର୍ଦ୍ଦଶୀ… ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ… ଶ୍ରୀଜିଉଙ୍କ ଟିକିଏ ଦର୍ଶନ ପାଇଁ ବଢ଼ୁଛି ଶ୍ରଦ୍ଧାଳୁଙ୍କ ଭିଡ଼… ଚନ୍ଦ୍ର ଗ୍ରହଣ ଥିବାରୁ ମହାପ୍ରଭୁଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି…

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories