www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନର ଆକ୍ରମଣ ଯୋଜନା ପଣ୍ଡ; ଏଲ୍‌ଓସିରେ ୭ ଅନୁପ୍ରବେଶକାରୀ ନିପାତ

ନୂଆଦିଲ୍ଲୀ: ପାକିସ୍ତାନ ବର୍ଡ ଆକ୍ସନ ଟିମ୍‌ (ବିଏଟି)ର ଏକ ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଛି। ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ୭ଜଣ ଅନୁପ୍ରେବଶକାରୀ ଭାରତୀୟ ​‌ସେନା କାର‌୍ୟ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି। ସୂଚନା​‌ ଅନୁଯାୟୀ ଫେବୃଆରୀ ୪ତାରିଖ ରାତିରେ ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲାର ନିୟନ୍ତ୍ରଣ ରେଖା (ଏଓସି) ନିକଟ କ୍ରିଷ୍ଣା ଘାଟି ସେକ୍ଟରରେ ଏହି ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ସେନା କାର‌୍ୟ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ୭ ଅନୁପ୍ରବେଶକାରୀଙ୍କ ମଧ୍ୟରୁ ୨-୩ଜଣ ପାକିସ୍ତାନ ସେନାର କର୍ମଚାରୀ ଥିବା ଜଣାଯାଇଛି। କାଶ୍ମୀର ଏକତା ଦିବସ ପାଳନ ଦିନ ପାକିସ୍ତାନ ସୀମା ପଟୁ ଏପରି ଅନୁପ୍ରବେଶ ଉଦ୍ୟମ ହୋଇଥିଲା। ପାକିସ୍ତାନର ଭାରତ ବିରୋଧୀ ଏଜେଣ୍ଡାକୁ କାର‌୍ୟ୍ୟକାରୀ କରିବା ଲାଗି ବର୍ଡର ଆକ୍ସନ ଟିମ୍‌ ଏହାର ସ୍ବତନ୍ତ୍ର ପ୍ରଶିକ୍ଷିତ ଅନୁପ୍ରବେଶକାରୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ ଲାଗି ପଠାଇଥିଲା। ଅନୁପ୍ରବେଶକାରୀମାନେ ଭାରତର ଆଗୁଆ ଘାଟିରେ ମୁତୟନ ସୈନିକଙ୍କ ଉପରେ ଆକ୍ରମଣ ଲାଗି ପ୍ରେରିତ ହୋଇଥିଲେ। ମାତ୍ର ଅନୁପ୍ରବେଶକାରୀମାନେ ଅନୁପ୍ରବେଶ କରିବା ସମୟରେ ସୀମାରେ ଭାରତୀୟ ସେନା ପକ୍ଷରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଅନୁପ୍ରବେଶକାରୀମାନେ ପ୍ରାଣ ହରାଇଥିଲେ। ଲ୍ୟାଣ୍ଡମାଇନ ସହିତ ଅନୁପ୍ରବେଶକାରୀମାନେ ଆଣିଥିବା ବିସ୍ଫୋରକ (ଆଇଇଡି) ମଧ୍ୟ ଏକସଙ୍ଗରେ ବିସ୍ଫୋରଣ ହୋଇଥିଲା। ଏଲଓସିରେ ଅନୁପ୍ରବେଶକୁ ରୋକିବା ଲାଗି ନୂଆ ରଣନୀତି ପୂର୍ବକ ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଛି। ଏହି ଲ୍ୟାଣ୍ଡମାଇନ ଉପରେ ଅନୁପ୍ରବେଶକାରୀ ପାଦ ରଖିବା ମାତ୍ରେ ବିସ୍ଫୋରଣ ହୋଇଥିଲା। ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କାଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଥିବାବେଳେ ଏପରି ଅନୁପ୍ରବେଶ ଉଦ୍ୟମ ହୋଇଛି। ଏପରିକି କାଶ୍ମୀର ଏକତା ଦିବସରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ଭଳି ଆତଙ୍କବାଦୀ ସଂଗଠନର କମାଣ୍ଡରମାନେ ସମ୍ମିଳନୀ କରିଥିଲେ। ଯାହା ପାକିସ୍ତାନ ମାଟିରେ ଆତଙ୍କବାଦୀ ସଂଗଠନକୁ ପ୍ରୋତ୍ସାହନ ଦିଆଯାଉଥିବା ବିଷୟକୁ ପ୍ରମାଣିତ କରିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories