www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଡବ୍ଲ୍ୟୁଏଫଆଇ ନିର୍ବାଚନ ଉପରେ ଗୌହାଟୀ ହାଇକୋର୍ଟଙ୍କ ରହିତାଦେଶ.. ଜୁଲାଇ ୧୧ ତାରିଖ ନିର୍ବାଚନ ଉପରେ ରହିତାଦେଶ.. ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ନେଇ ବିବାଦ ଲାଗିଥିବାବେଳେ ରୋକ୍..

୧୩ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ.. ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି.. ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ..

- Advertisement -

ଦେବଗଡ଼ରେ ସର୍ବାଧିକ ବର୍ଷା .. ରାଜ୍ୟରେ ୨୪ ଘଣ୍ଟାରେ ୨୭.୩ ମିଲିମିଟର ବର୍ଷା ରେକର୍ଡ.. ସ୍ବାଭାବିକ ବର୍ଷା ୯ ମିମି ତୁଳନାରେ ୨୦୫% ଅଧିକ.. ଦେବଗଡ଼ ଜିଲାରେ ସର୍ବାଧିକ ୧୦୬.୩ ମିମି ବର୍ଷା..

ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି.. ବିଜେ ହେଲା ଆଜ୍ଞାମାଳ, ତିିନ ରଥ ନେଲେ ଦକ୍ଷିଣ ମୋଡ଼..

ପଶ୍ଚିମବଙ୍ଗରେ ଦୁଇ ମାଲ୍‌ବାହୀ ଟ୍ରେନ୍ ପରସ୍ପର ଧକ୍କା.. ଓଲଟିଲା ଇଞ୍ଜିନ..

ଆସନ୍ତାକାଲିଠୁ ସ୍ପେଶାଲ ଓଜେଇଇ.. ୨୬, ୨୭, ୨୯ ତାରିଖରେ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା.. ୪ଟି ସିଫ୍ଟରେ ସିବିଟି ମୋଡ୍‌ରେ ହେବ ପରୀକ୍ଷା..

ବାହାନଗା ବଜାର ଷ୍ଟେସନରେ ଚାଲିଛି ଟ୍ରାକ୍ ମରାମତି କାମ.. ଆସନ୍ତାକାଲି ଖଡ଼ଗପୁର ଡିଭିଜନର ୧୯ଟି ଟ୍ରେନ ବାତିଲ..

ଉତ୍ସବ ମହାପ୍ରସାଦ ଠକେଇରେ ଶ୍ରୀମନ୍ଦିର ସେବକ ସାମିଲ ସୂଚନା.. ଫୋନରେ ସୂଚନା ଦେଲେ ଉତ୍ସବର ପରିଚାଳକ ପ୍ରଜାତ ସାମନ୍ତ.. ପୁରୀର କିଛି ସେବକଙ୍କ ସହ ଲିଖିତ ବୁଝାମଣା ହୋଇଥିବା କହିଲେ ସଂସ୍ଥା ମୁଖ୍ୟ..

ମୌସୁମୀ ପ୍ରଭାବରେ ରାଜ୍ୟର ଅନେକ ଅଂଚଳରେ ବର୍ଷା ଲାଗି ରହିଛି..

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories