www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ଥିତି ସୁଧୁରିବା ପରେ ଖୋଲିଲା ବନ୍ଦ ହୋଇଥିବା ୩୨ ବିମାନବନ୍ଦର

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁଁ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି। ସୋମବାର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଏଏଆଇ ଏହି ବିମାନ ବନ୍ଦରଗୁଡ଼ିକରେ ତତ୍କାଳ ପ୍ରଭାବ ସହିତ ବିମାନ ଚଳାଚଳ ସ୍ଵାଭାବିକ କରିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛି।

ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ କାରଣରୁ ଶ୍ରୀନଗର ଏବଂ ଅମୃତସର ଭଳି ପ୍ରମୁଖ ବିମାନବନ୍ଦର ସମେତ ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ଅବସ୍ଥିତ ୩୨ଟି ବିମାନବନ୍ଦରରୁ ବେସାମରିକ ବିମାନ ଚଳାଚଳକୁ ମେ’ ୯ରୁ ମେ’ ୧୫ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଏବଂ ଅନ୍ୟାନ୍ୟ ବିମାନ ଚଳାଚଳ କର୍ତ୍ତୃପକ୍ଷ NOTAM(ନୋଟିସ୍ ଟୁ ଏୟାରମ୍ୟାନ) ଜାରି କରି ଏହି ବିମାନବନ୍ଦରଗୁଡ଼ିକୁ ଅସ୍ଥାୟୀ ଭାବରେ ବନ୍ଦ କରିବା ବିଷୟରେ ସୂଚନା ଦେଇଥିଲେ। ଏବେ ସ୍ଥିତିରେ ସୁଧୁରିବାର ସଙ୍କେତ ଦେଖିବା ପରେ ପର୍ଯ୍ୟାୟକ୍ରମେ ଏହି ବିମାନବନ୍ଦରଗୁଡ଼ିକୁ ପୁନଃଖୋଲିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories