www.samajalive.in
Monday, December 8, 2025
27.1 C
Bhubaneswar

ବିପଦରେ ହାତୀ: ଗୋଟିଏ ଦିନରେ ଗଲା ୩ ହାତୀଙ୍କ ପ୍ରାଣ; ଦାନ୍ତ କାଟିନେଲେ ଶିକାରୀ

ଭୁବନେଶ୍ବର: କେଇଦିନ ତଳେ କେରଳରେ ଗର୍ଭବତୀ ହାତୀକୁ ବିସ୍ଫୋରକ ଖୁଆଇ ମାରିବା ଘଟଣାରେ ସାରା ଦେଶ ଆହା ଚୁଚୁ କରୁଥିଲା । ମାତ୍ର କେଇଟା ଦିନ ଯାଇନାହିଁ ଗୋଟିଏ ଦିନରେ ଓଡ଼ିଶାରେ ୩ ହାତୀ ଶିକାର କରାଯାଇଛି । ସୁନ୍ଦରଗଡ଼ ଜିଲାରେ ବାରହା ଫାଶରେ ପଡ଼ି ଗୋଟିଏ ହାତୀ ଛୁଆ ପ୍ରାଣ ହରାଇଛି । କେନ୍ଦୁଝର ଜିଲାରେ ଶିକାରୀ ୨ ହାତୀକୁ ମାରିଛନ୍ତି ଓ ଦନ୍ତାହାତୀର ଦାନ୍ତକୁ କାଟି ନେଇ ଯାଇଛନ୍ତି ।

ସୁନ୍ଦରଗଡ଼ ଜିଲା ଡ଼ାଳକୁଦର ନିକଟରେ ଏକ ହାତୀ ଛୁଆର ଶବ ପଡ଼ିଥିବା ଦେଖିବାକୁ ମିଳିଛି । ତାର ଗଳାରେ ଗଭୀର କ୍ଷତ ରହିଛି ଓ ଛୁଆଟି କାଦୁଅରେ ଲଟପଟ ହୋଇ ଅଧା ପୋତି ହୋଇଯାଇଥିବା ଦେଖାଯାଇଛି । ବାରହା ମାରିବାକୁ ଶିକାରୀ ବସାଇଥିବା ଫାଶରେ ପଡ଼ି ହାତୀଛୁଆର ଜୀବନ ଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି ।

- Advertisement -

ଅନ୍ୟପକ୍ଷରେ କେନ୍ଦୁଝର ଜିଲାର ଯୋଡ଼ା ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଆଜି ଦୁଇ ହାତୀଙ୍କ ମୃତ ଦେହ ମିଳିଛି । ଏହାମଧ୍ୟରୁ ଗୋଟିଏ ମାଇ ହାତୀ ଓ ଗୋଟିଏ ଅଣ୍ଡିରା । ହାତୀ ଦୁଇଟିର ମୃତ୍ୟୁର କାରଣ ଜଣା ପଡ଼ି ନ ଥିଲେ ହେଁ ଶିକାରୀଙ୍କ ଦ୍ବାରା ସେମାନଙ୍କୁ ମାରି ଦିଆଯାଇଥିବା କୁହାଯାଉଛି । ଶିକାରୀମାନେ ଦନ୍ତାହାତୀର ଦାନ୍ତକୁ କାଟି ନେଇଥିବା ଦେଖାଯାଇଛି ।ଘଟଣାସ୍ଥଳରେ ପହଞ୍ଚି ବନ କର୍ମଚାରୀ ତଦନ୍ତ କରୁଛନ୍ତି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories