www.samajalive.in
Tuesday, December 9, 2025
17.1 C
Bhubaneswar

ବିଦ୍ୟୁତ୍‍ ତାର ବିଛାଇ ଶିକାର ଉଦ୍ୟମ ମହଙ୍ଗା ପଡ଼ିଲା, ୩ ଗିରଫ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ନର୍ଲା ବିଦ୍ୟୁତ୍‍ ସେକ୍ସନ ଅନ୍ତର୍ଗତ ନର୍ଲା ଓ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‍ କାଟକୁ ନେଇ ଅଞ୍ଚଳବାସୀ ବ୍ୟତିବ୍ୟସ୍ତ ହୋଇପଡିଥିବା ବେଳେ ବିଦ୍ୟୁତ୍‍ ବିଭାଗର ମୁଣ୍ଡବ୍ୟଥା ବଢିବାରେ ଲାଗିଥିଲା। କିନ୍ତୁ ବେଶ୍‍ କିଛିଦିନର ଉଦ୍ୟମ ଓ ରାତି ପାଟ୍ରୋଲିଂ କରିବା ପରେ ଏହାର ରହସ୍ୟ ଉଦଘାଟନ କରିଛି ବିଦ୍ୟୁତ୍‍ ବିଭାଗ। ଉଚ୍ଚ କ୍ଷମତା ସଂପନ୍ନ ୩୩କେଭି ତାରରୁ ଖୋଲା ତାର ସଂଯୋଗ କରି ଜଙ୍ଗଲୀଜନ୍ତୁ ଶିକାର ଉଦ୍ୟମ ଯୋଗୁଁ ଏପରି ହେଉଥିବା ଜାଣିବାକୁ ପାଇଥିଲେ ବିଭାଗୀୟ କର୍ମଚାରୀମାନେ। ଏହାପରେ ଯନ୍ତ୍ରୀ ସୌଦାଗର ମେହେର, ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବିଭାଗ୍ୟୀ କର୍ମଚାରୀମାନେ ନର୍ଲା-ଲାଞ୍ଜିଗଡ଼ ଫିଡରର କାଠଜାଣିପଦର ପାଖରେ ସର୍ଚ୍ଚ କଲାବେଳେ କିଛିଜଣ ବ୍ୟକ୍ତିଙ୍କ ସନ୍ଦେହଜନକ ବିଚରଣ ଦେଖି ପଚରାଉଚୁରା କରିବାବେଳେ ପାଖାପାଖି ଅଞ୍ଚଳରେ ଖୋଲାତାର ବିଛାଯାଇଥିବା ଜଣାପଡିଥିଲା। ସେଠାରେ ତାର ବିଛାଇ ଶିକାର ଉଦ୍ୟମ କରୁଥିବା ସମୟରେ ନର୍ଲା ବ୍ଲକ ଡଙ୍ଗରମାଳ ଗାଁର ପରିମଳ ବାଗଙ୍କୁ ଧରିଥିଲେ ବିଦ୍ୟୁତ୍‍ ବିଭାଗର କର୍ମଚାରୀମାନେ। ତାକୁ ନେଇ ବିଶ୍ୱନାଥପୁର ବନବିଭାଗକୁ ହସ୍ତାନ୍ତର କରିବା ପରେ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟା ମହାନନ୍ଦଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା।

ଏପରିକି ପ୍ରଥମେ ପ୍ରଥମେ ନିଜ ନାମ ଲୁଚାଉଥିବା ପରିମଳ ଶେଷରେ ସତ ବଖାଣିଥିଲା। ତଦନ୍ତ ପରେ ପରିମଳ ତା ସହିତ ଆଉ ଦୁଇଜଣ ସାମିଲ ଥିବା ସୂଚନା ଦେବା ପରେ ଗୋବର୍ଦ୍ଧନପୁର ଗାଁର ଶଶୀ ହରିଜନ, ପାଣିମୁଣ୍ଡାର ଶେଷଦେବ ରଣାଙ୍କୁ ଗିରଫ କରିଛି ବନବିଭାଗ। ଏହାପରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଇ ଉପମୁଖ୍ୟ ବନ ସଂରକ୍ଷକ ସଦାଶିବ ରଥଙ୍କ ତତ୍ତ୍ୱାବଧାନରେ ବନବିଭାଗ ତଦନ୍ତ ଚଳାଇଥିବା ଓ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ମହାନନ୍ଦ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories