www.samajalive.in
Monday, December 8, 2025
20.1 C
Bhubaneswar

ପୋଷ୍ୟ ଗୃହରୁ ୨୫ଶିଶୁ ନିଖୋଜ

ଲକ୍ଷ୍ନୌ: ବିହାର ଆଶ୍ରୟ ସ୍ଥଳ ନିର୍ଯାତନା ଘଟଣାର ପର୍ଦ୍ଦାଫାସ ହେବା ପରେ ଏବେ ପୋଷ୍ୟ ଗୃହରୁ ୨୫ଶିଶୁ ନିଖୋଜ ହେବା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରମୁଖ ଦୁୁଇ ପୋଷ୍ୟ ଗୃହରୁ ୨୫ଜଣ ଶିଶୁ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ବାରାଣସୀ ସ୍ଥିତ ଲକ୍ଷ୍ମୀ ଶିଶୁ ଗୃହରୁ ୭ଜଣ ନିଖୋଜ ଥିବାବେଳେ ମିର୍ଜାପୁର ମହାଦେବ ଶିଶୁ ଗୃହରୁ ୧୮ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏ ସମ୍ବନ୍ଧୀୟ ତଥ୍ୟ ଜିଲା ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀଙ୍କ ସମେତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏ ସମ୍ବନ୍ଧରେ ଉଭୟ ଶିଶୁ ଗୃହକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଜିଲା ପ୍ରଶାସନ।
୧୬ ମାର୍ଚ୍ଚ ୨୦୧୮ରେ ଲକ୍ଷ୍ମୀ ଶିଶୁ ଗୃହରେ ୧୫ଜଣ ଶିଶୁ ରହୁଥିବା ରେକର୍ଡ଼ରେ ଉଲ୍ଲେଖ ଥିବାବେଳେ କେନ୍ଦ୍ର ସରକାରଙ୍କ ପ୍ରତିନିଧିମଣ୍ଡଳୀଙ୍କ ଗସ୍ତ ସମୟରେ କେବଳ ୮ଜଣ ଶିଶୁ ଉପସ୍ଥିତ ଥିବା ଜଣା ପଡ଼ିଥିଲା। ୭ଜଣ ନିଖୋଜ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯିବାର କୌଣସି ରେକର୍ଡ଼ ମଧ୍ୟ ଉକ୍ତ ଗୃହ ନିକଟରେ ନଥିଲା। ପରେ ଏହି ପ୍ରତିନିଧିମଣ୍ଡଳୀ ଦ୍ୱାରା ମହାଦେବ ଶିଶୁ ଗୃହ ଉପରେ ଚଢ଼ାଉ କରାଯାଇ ଥିଲା। ଏହି ଗୃହରେ ୩୮ଜଣ ଶିଶୁ ରହୁଥିବା ରେକର୍ଡ଼ରେ ଉଲ୍ଲେଖ ରହିଥିଲା। କିନ୍ତୁ ପ୍ରତିନିଧିମଣ୍ଡଳୀଙ୍କୁ କେବଳ ୧୪ଜଣ ଶିଶୁ ସେଠାରେ ଉପସ୍ଥିତ ଥିବା ପ୍ରମାଣ ମିଳିପାରିଥିଲା। ଗୃହର ପରିଚାଳିକା ୬ଜଣ ଶିଶୁ ମୃତ୍ୟୁବରଣ କରିଥିବା ସମ୍ପର୍କରେ ପ୍ରତିନିଧିମଣ୍ଡଳୀ ସମ୍ମୁଖରେ ତଥ୍ୟ ରଖିଥିଲେ। ସେମାନଙ୍କ ମୃତ୍ୟୁକୁ ନେଇ କମିଟି ଗଠନ କରିବାକୁ ଜିଲା ପ୍ରଶାସନକୁ ଚିଠି କରିଛନ୍ତି କେନ୍ଦ୍ର ପ୍ରତିନିଧିମଣ୍ଡଳୀ। ଜିଲା ପ୍ରଶାସନ ପକ୍ଷରୁ ଉଭୟ ଶିଶୁ ଗୃହକୁ ବନ୍ଦ କରିବା ସହ ସେଠାରେ ଥିବା ଶିଶୁଙ୍କୁ ଅନ୍ୟ ଶିଶୁ ଗୃହକୁ ସ୍ଥାନାନ୍ତର କରି ମାମଲାର ତଦନ୍ତ ଆରମ୍ଭ କରିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories