www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରତିଷ୍ଠା ହେବ ୨୨୧ ମିଟରର ଶ୍ରୀରାମ ମୂର୍ତ୍ତି

ଲକ୍ଷେ୍ନø: ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରସ୍ତାବିତ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ହେବ ୨୨୧ ମିଟର। ଉତ୍ତରପ୍ରଦେଶ ପ୍ରମୁଖ ଶାସନ ସଚିବ ଅଭିନାଶ ଅୱସ୍ତି ଏହି ସୂଚନା ଦେଇଛନ୍ତି। ପ୍ରତିମୂର୍ତ୍ତିର ଉଚ୍ଚତା ୧୫୧ ମିଟର ହେବ। ମସ୍ତକ ଉପରେ ୨୦ ମିଟର ଛତ୍ରୀ ଶୋଭା ପାଇବ। ସେହିପରି ଯେଉଁ ମଣ୍ଡପ ଉପରେ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ତାହାର ଉଚ୍ଚତା ହେବ ୫୦ ମିଟର। ତେଣୁ ସାମଗ୍ରିକ ଭାବେ ଭୂମି ଉପରୁ ପ୍ରତିମୂର୍ତ୍ତିର ଉଚ୍ଚତା ହେବ ୨୨୧ ମିଟର। ମଣ୍ଡପ ପାଶ୍ୱର୍ରେ ଏକ ସଂଗ୍ରହାଳୟ ରହିବ। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷା ସରିଥିବା ବେଳେ ୫ଟି ସଂସ୍ଥାଙ୍କୁ ମୂର୍ତ୍ତି ନିର୍ମାଣ ପାଇଁ ତାଲିକାଭୁକ୍ତ କରାଯାଇଛି। ଗତ ଅକ୍ଟୋବର ୩୧ ତାରିଖରେ ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଥିଲେ। ଏହା ଏ ପର୍ଯ୍ୟନ୍ତ ବିଶ୍ୱର ସର୍ବବୃହତ ପ୍ରତିମୂର୍ତ୍ତିର ମାନ୍ୟତା ବହନ କରିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories