www.samajalive.in
Sunday, December 7, 2025
15.1 C
Bhubaneswar

ବଣଭୋଜି ହେଲା ‘କାଳ ଭୋଜି’: ଗୋଧଁସ ଜଳପ୍ରପାତରେ ୨, ବେନୁଆଧଁସ ଜଳପ୍ରପାତରୁ ଖସି ଜଣେ ନିଖୋଜ

ନୂଆପଡ଼ା,୧୯ା୧୦(ନିପ୍ର): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଗୋଧଁସ ଜଳପ୍ରପାତ ଓ କୋମନା ଥାନା ସୁନାବେଡା ପଞ୍ଚାୟତ ବେନୁଆଁ ଧଁସ ଜଳପ୍ରପାତରୁ ପଡି ୨ ଜଣ ଯୁବକ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ଦ୍ୱୟ ହେଲେ ବଲାଙ୍ଗିର ଜିଲା ଟିଟିଲାଗଡ ଥାନା ସେଗନାମୁଣ୍ଡା ଗାଁର ମହେଶ ନାଗ (୧୮) ଓ କୋମନା ଥାନା ବିଶିବାହାଲ ଗାଁ ମନୁ ସଲମା (୩୮) ବୋଲି ଜଣାପଡିଛି। ଆଜି ଦିନ ତମାମ ଧରମବନ୍ଧା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଗୋଧଁସରେ ଏବଂ କୋମନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ବେନୁଆଁ ଧଁସରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଯୁବକ ଦ୍ୱୟଙ୍କ କୌଣସି ପତ୍ତା ମିଳିପାରିନାହିଁ।
ଗତକାଲି ମଧ୍ୟାହ୍ନରେ ବଲାଙ୍ଗିର ଜିଲା ଟିଟିଲାଗଡ ଓ କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳର ୧୧ ଜଣ ଯୁବକ ବଣ ଭୋଜି କରିବାକୁ ଗୋଧଁସ ଜଳପ୍ରପାତକୁ ଆସିଥିଲେ। ସେଠାରେ ସାଙ୍ଗ ସାଥୀ ମାନେ ଜଳପ୍ରପାତରେ ଗାଧୋଇବାର ମଜା ନେଇଥିଲେ। ଏହି ସମୟରେ ସେଗନାମୁଣ୍ଡା ଗାଁର କୁଲ ନାଗଙ୍କ ପୁଅ ମହେଶ ଜଳପ୍ରପାତର ଶୀର୍ଷ ଭାଗରେ ଚଢି ଯାଇଥିଲେ। ସେଠାରେ ଜଳପ୍ରପାତର ୩ ଶହ ଫୁଟ ତଳକୁ ଡେଇଁବାକୁ ଚ୍ୟାଲେଞ୍ଜ ଲଗାଇଥିଲେ। ତାଙ୍କର ସାଙ୍ଗ ସାଥୀ ମାନେ ବାରଣ କରିବା ସତ୍ତ୍ୱେ ମହେଶ କାହାରି କଥା ନ ମାନି ତଳକୁ ଡେଇଁ ପଡିଥିଲେ। ଏହି ସମୟରେ ମହେଶ ତଳେ ପଡି ପାଣିରେ ବୁଡି ଯିବାରୁ ସାଙ୍ଗ ସାଥୀ ମାନେ ବହୁ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସାଙ୍ଗ ସାଥୀ ମାନେ ମହେଶଙ୍କ କୌଣସି ପତ୍ତା ପାଇନଥିଲେ। ଶେଷରେ ସାଙ୍ଗ ମାନେ ଧରମବନ୍ଧା ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହା ଏକ ମାଓ ଅଧ୍ୟୁଷିତ ଅଞ୍ଚଳ ସହ ରାତି ହେବାରୁ ପୁଲିସ ଘଟଣାସ୍ଥଳକୁ ଯାଇନଥିଲା। ଆଜି ସକାଳୁ ଜଳପ୍ରପାତରୁ ଡେଇଁ ପଡିଥିବା ଭିଜୁଆଲ ସୋସିଆଲ ମେଡିଆରେ ବହୁ ଭାଇରାଲ ହୋଇଛି। ଆଜି ପୂର୍ବାହ୍ନରେ ଧରମବନ୍ଧା ଆଇଆଇସି ଦିଲୀପ ଲାକ୍ରାଙ୍କ ନେତୃତ୍ୱରେ ଏକ ପୁଲିସ ନୂଆପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଳପ୍ରପାତ ତଳେ ପାଣି ଭିତରେ ବହୁ ଖୋଜା ଖୋଜି କରିଥିଲେ। ପୂର୍ବହ୍ନା ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଜିଥିଲେ ବି ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଲିନଥିଲା। ସନ୍ଧ୍ୟାରେ ଧରମବନ୍ଧା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ନିରାଶ ହୋଇ ଫେରି ଆସିଥିଲେ।
ସେହିପରି ବିଶିବାହାଲ ଗାଁର ଜଣେ ଝିଅ ଓ ସୁନାବେଡା ଗାଁ ଜଣେ ଯୁବକ ସୁନାବେଡା ସ୍ଥିତ ସୁନାଦେଇ ଦେବୀଙ୍କ ପୀଠରେ ବୋଦା ବଳି ଦେଇଥିଲେ। ମଧ୍ୟାହ୍ନରେ ବଳି ଦେବା ପରେ ବେନୁଆଁ ଧଁସ ଜଳପ୍ରପାତରେ ଉଭୟଙ୍କ ପରିବାର ଲୋକେ ଭୋଜି କରି ଖାଇଥିଲେ। ଏଥିରେ ବିଶିବାହାଲ ଗାଁର ମନୁଙ୍କୁ ରୋଷେୟା ଭାବେ ନେଇଥିଲେ। ବେନୁଆଁ ଧଁସ ଜଳପ୍ରପାତ ଉପର ଭାଗରେ ପାଣିକୁ ଅତିକ୍ରମ କରି ଆର ପଟରେ ରୋଷେଇ କରିଥିଲେ। ଅପରାହ୍ନରେ ଖାଇବା ସରି ସମସ୍ତେ ନାଳ ଅତିକ୍ରମ କରି ଫେରୁଥିଲେ। ଏହି ସମୟରେ ରୋଷେୟା ମନୁ ଝରଣା ପାଣିକୁ ଡେଉଁଥିବା ସମୟରେ ପାଣି ଭିତରେ ପଡି ଯାଇଥିଲେ। ଝରଣା ପାଣିର ବେଗ ଅତି ତୀବ୍ର ଥିବାରୁ ଗୋଡ ଖସି ପ୍ରାୟ ୨ ଶହ ଫୁଟର ଜଳପ୍ରପାତରେ ତଳକୁ ଖସି ପଡିଥିଲେ। ସେଠାରେ ଗାଁ ଲୋକେ ତଳକୁ ଓହ୍ଲାଇ ପାଣି ଭିତରେ ବହୁ ଖୋଜା ଖୋଜି କରିଥିଲେ ବି ମନୁଙ୍କ କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ କୋମନା ଆଇଆଇସି ନିର୍ମଳ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ବେନୁଆଁ ଧଁସରେ ପହଞ୍ଚିଥିଲେ। ସେଠାରେ ଅଗ୍ନିଶମ କର୍ମଚାରୀ ଅକାତ ଜଳଭିତରେ ବହୁ ଖୋଜା ଖୋଜି କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଖୋଜ ଖବର ନ ପାଇ ଫେରି ଆସିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories