www.samajalive.in
Sunday, December 7, 2025
15.1 C
Bhubaneswar

୧୮ ରାଜ୍ୟରେ କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ପ୍ରାୟ ତିନି ସପ୍ତାହ ଧରି କ୍ରମାଗତ ଭାବରେ ଦେଶର ବିଭିନ୍ନ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ଘଟଣା ଦେଶରେ ମହାମାରୀ ଜନିତ ଭୟଙ୍କର ପରିସ୍ଥିତି ସୃଷ୍ଟିକରିଥିଲା। ତେବେ ସଂପ୍ରତି ଅଳ୍ପ କିଛିଦିନ ହେଲା କେତେକ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେବା ଆରମ୍ଭ କରିଛି। ମହାରାଷ୍ଟ୍ର, ଦିଲ୍ଲୀ ସମେତ ୧୮ଟି ରାଜ୍ୟରେ ଏବେ ନୂଆ ସଂକ୍ରମିତଙ୍କ ସଂଖ୍ୟା କମୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତାଲାବନ୍ଦ, ତୁଣ୍ଡି ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହି ବ୍ୟବସ୍ଥା ବଳବତ୍ତର ରଖାଯିବା ସହିତ କରୋନା ସଂକ୍ରମଣ ଦେଖାଯାଉଥିବା ଅଞ୍ଚଳରେ କ୍ଷୁଦ୍ର ଆବଦ୍ଧାଞ୍ଚଳ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ସଂକ୍ରମଣ ହ୍ରାସ ପାଉଥିବା ଅନ୍ୟାନ୍ୟ ରାଜ୍ୟଗୁଡିକ ମଧ୍ୟରେ ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ଗୁଜରାଟ ପ୍ରଭୃତି ରହିଛନ୍ତି। ସେହିଭଳି ଗତ ଦୁଇଦିନ ଧରି ଦେଶରେ ଦୈନିକ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୪ହଜାର ତଳେ ରହୁଛି। ଦେଶର କେତେକ ଜିଲାରେ ନମୁନା ପରୀକ୍ଷା ବୃଦ୍ଧି ଘଟିଥିଲେ ମଧ୍ୟ ସେଠାରେ ସଂକ୍ରମିତ ଚିହ୍ନଟ ଘଟଣା କମିବାରେ ଲାଗିଛି। ଏପ୍ରିଲ ୨୯ରୁ ମଇ ମାସ ୫ ତାରିଖ ମଧ୍ୟରେ ୧୮୨ଟି ଜିଲାରେ ଏହି ସ୍ଥିତି ପରିଲକ୍ଷିତ ହୋଇଥିବା ଜଣାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories