www.samajalive.in
Monday, December 8, 2025
20.1 C
Bhubaneswar

ଗ୍ରୀଡ଼କୋକୁ ୧୫ଶହ କୋଟି ଟଙ୍କା ଋଣ ଗ୍ୟାରେଣ୍ଟି ଦେବେ ସରକାର: ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ଵର: ଗ୍ରୀଡ଼କୋକୁ ୧୫୦୦ କୋଟି ଟଙ୍କା ଋଣ ଗ୍ୟାରେଣ୍ଟି ଦେବେ ରାଜ୍ୟ ସରକାର । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମୁଖ୍ୟ ସଚିବଙ୍କ ସୂଚନା ଅନୁସାରେ ଓଇଆରସି ଦ୍ବାରା ସ୍ଥିର ହୋଇଥିବା ବହୁଳ ଯୋଗାଣ ମୂଲ୍ୟରେ ରାଜ୍ୟର ୪ଟି  ବିତରଣ କମ୍ପାନୀକୁ ବିଦ୍ୟୁତ୍ ଯୋଗାଇ ଦେଉଛି । ଜେନେରେଟର ଦ୍ବାରା ହାରାହାରି ମୂଲ୍ୟ ଯୋଗାଣ ବୃଦ୍ଧି ଯୋଗାଣ ଅନୁପାତରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ବହୁଳ ଯୋଗାଣ ମୂଲ୍ୟ ଅର୍ଥାତ୍ ବିଏସପି ବୃଦ୍ଧି କରିନାହିଁ । ଗତ ୭ ବର୍ଷ ଧରି ଏହା ପ୍ରାୟତଃ ସ୍ଥିର ହୋଇ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷ​‌େ​‌ରେ ବହୁଳ ଯୋଗାଣ ମୂଲ୍ୟ ଅନୁମୋଦନ କରୁଥିବାବେଳେ ଏହାକୁ ହ୍ରାସ ନିମନ୍ତେ କିଛି ଆର୍ଥିକ ଖର୍ଚ ଅନୁମତି ଦିଆଯାଇ ନାହିଁ । ଓଇଆରସି ଦ୍ବାରା ଅନୁମୋଦିତ ୨୦୧୯-୨୦ ଆର୍ଥିକ ବର୍ଷରେ ବିତରଣକାରୀ ସଂସ୍ଥାଗୁଡ଼ିକୁ ବିଦ୍ୟୁତ୍ ବିକ୍ରି ରାଜସ୍ବ କ୍ରୟ ଓ ଆର୍ଥିକ ଖର୍ଚ ପୂରଣ ନିମନ୍ତେ ପର୍ଯ୍ୟାପ୍ତ ହେଉନାହିଁ । ଏଣୁ ଗ୍ରୀଡ଼କୋକୁ ଏନଟିପିସି ପରି ସଂସ୍ଥାକୁ ଦେୟ ପ୍ରଦାନ ନ କଲେ ବିଦ୍ୟୁତ୍ ଯୋଗାଣ ବିଛିନ୍ନ ହେବାର ଆଶଙ୍କା ରହିଛି । ଏହି ଆଶଙ୍କାକୁ ଦୂର କରିବା ଓ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ନିରବଛିନ୍ନ କରିବା ନିମନ୍ତେ ରାଜ୍ୟ ସରକାର ସମୟ ସମୟରେ ଗ୍ୟାରେଣ୍ଟି ପ୍ରଦାନ କରିଥାଆନ୍ତି । ଇତି ମଧ୍ୟରେ ଗ୍ରୀଡ଼କୋ ୩୬୦୮ କୋଟି ଟଙ୍କା ଋଣ ପରିଶୋଧ କରିଛି ଓ ଅନୁରୂପ ପରିମାଣର ସରକାରୀ ଗ୍ୟାରେଣ୍ଟି ଫେରସ୍ତ କରିଛି । ତେଣୁ ୨୦୧୯-୨୦୨୦ ଆର୍ଥିକ ବର୍ଷ ନିମନ୍ତେ ଗ୍ରୀଡ଼କୋକୁ ପୂର୍ବରୁ ଦିଆଯାଇଥିବା ଋଣ ନିମନ୍ତେ ୧୫୦୦ କୋଟି ଟଙ୍କା ଗ୍ୟାରେଣ୍ଟିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାଫଳରେ ଗ୍ରୀଡ଼କୋ ବ୍ୟାଙ୍କରୁ ୨% ସୁଧ ରିଆତି ପାଇବ ଏବଂ ଗ୍ରୀଡ଼କୋର ବିଦ୍ୟୁତ୍ ମୂଲ୍ୟ ହ୍ରାସ ହୋଇ ପାରିବ । ଏହାଦ୍ବାରା ଶିଳ୍ପ, ଏମ୍ଏସଏମଇ ଓ ସାଧାରଣ ଗ୍ରାହକଙ୍କ ବିଦ୍ୟୁତ୍ ଶୁଳ୍କ କମ୍ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories