www.samajalive.in
Monday, December 8, 2025
27.1 C
Bhubaneswar

ଫିଲିପିନ୍ସରେ ଘୂର୍ଣ୍ଣିଝଡ଼ ‘ଟ୍ରାମି’ ପ୍ରଭାବରେ ୧୩୬ ମୃତ, ୪୦ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ଫିଲିପିନ୍ସର ଉତ୍ତର ପଶ୍ଚିମାଞ୍ଚଳରେ ଘୂର୍ଣ୍ଣିଝଡ଼ ‘ଟ୍ରାମି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଓ ଧନଜୀବନ ହାନି ଘଟିଛି। ଘୂର୍ଣ୍ଣିଝଡ଼ ଯୋଗୁ ୧୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ପବନ ଯୋଗୁ ଅନେକ ସ୍ଥାନରେ ମାଟି ଅତଡ଼ା ଧସି ଘରଦ୍ଵାର ଭାଙ୍ଗିରୁଜି ଯାଇଛି। ରାସ୍ତାଘାଟରେ ମାଟି ଜମି ବନ୍ଦ ରହିଛି। ଜଳସ୍ତର ବୃଦ୍ଧି ପାଇବାରୁ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଛନ୍ତି।

ଉଦ୍ଧାରକାରୀ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି। ପ୍ରବଳ ବର୍ଷା ଯୋଗୁ ଅତର୍କିତ ବନ୍ୟା ଆସିବାରୁ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ପ୍ରବଳ ବେଗରେ ପବନ ବହିବାରୁ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ଫଳରେ ରାସ୍ତାଘାଟ ଅବରୋଧ ହୋଇରହିଛି। ଚଳିତ ବର୍ଷ ଫିଲିପିନ୍ସରେ ଏହା ୧୧ଶ ଘୂର୍ଣ୍ଣିଝଡ଼। ବର୍ତ୍ତମାନ ସୁଦ୍ଧା ୧୦ଟି ଘୂର୍ଣ୍ଣିଝଡ଼ ହୋଇସାରିଛି, ଯାହା ପ୍ରଭାବରେ ଦେଶବାସୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories