www.samajalive.in
Sunday, December 7, 2025
13.1 C
Bhubaneswar

୧୩ ବିରୋଧୀ ଦଳ ପକ୍ଷରୁ ଶୁକ୍ରବାର ରାଜ୍ୟସ୍ତରୀୟ ପ୍ରତିବାଦ

ଭୁବନେଶ୍ୱର :  ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ଶୁକ୍ରବାର କରୋନା ମହାମାରୀ ପରିଚାଳନାରେ ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।  କାଲି ପୂର୍ବାହ୍ନ ୧୧ ଟା ବେଳେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟା​ଣ୍ଟିନ​‌ରେ ମିଳିତ ପ୍ରତିବାଦ ପ୍ରଦର୍ଶନ କରାଯିବ । ଏତଦ୍‌ବ୍ୟତୀତ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ଦେବେ।

ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସଭାକକ୍ଷରେ ଗୁରୁବାର ଅନୁଷ୍ଠିତ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦିମ ପାର୍ଟି, ଅଲ୍ ଇଣ୍ଡିଆ ଫରୁୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, କଳିଙ୍ଗ ସେନା ଏନ୍‌ସିପି, ବହୁଜନ ସମାଜ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ପ୍ରତିବାଦ ପାଇଁ ଆହ୍ବାନ ଦେଇଛନ୍ତି।  ନିରଞ୍ଜନ ପଟ୍ଟନାୟକ, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ରାମକୃଷ୍ଣ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ ସାହୁ, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ସୂଚନା ଯୋଗ୍ୟ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୁରଦୃଷ୍ଟିହୀନତା ଯୋଗୁଁ କରୋନା ସଂକ୍ରମଣ ଆମ ଦେଶରେ ବଢ଼ି ବଢ଼ି ଚାଲିଛି। ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ‘ନମସ୍ତେ ଟ୍ରମ୍ପ’, ମଧ୍ୟପ୍ରଦେଶ ସରକାର ଗଠନରେ ବ୍ୟସ୍ତ ନରେନ୍ଦ୍ର ମୋଦୀ ସରକାର କରେନା ମୁକାବିଲାକୁ ଅଣଦେଖା କଲେ। ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ ଟେଷ୍ଟିଂକୁ ଗୁରୁତ୍ୱ ନଦେଇ ଲକ୍‌ଡାଉନ/ସଟ୍‌ଡାଉନ ଇତ୍ୟାଦିକୁ ଗୁରୁତ୍ୱ ଦେଲେ । ଆମ ଦେଶରେ କୋଭିଡ ଟେଷ୍ଟିଂ ହାର ଯଥେଷ୍ଟ କମ୍। ବର୍ତ୍ତମାନ ହଜାରେ ଲୋକ ସଂଖ୍ୟାରେ ମାତ୍ର ୩.୮ ଜଣଙ୍କର କୋଭିଡ ଟେଷ୍ଟିଂ ହେଉଛି  ଯାହାର ଫଳସ୍ୱରୂପ ବ୍ୟାପକ ସଂକ୍ରମଣ ଦେଖାଦେଇଛି ଏବଂ ପୃଥିବୀରେ କୋଭିଡ ସଂକ୍ରମିତ ଦେଶମାନଙ୍କ ଭିତରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଛି।
ମୋଦି ସରକାର ପ୍ରାକ୍ ପ୍ରସ୍ତୁତି ବିନା ଅଚାନକ ଲକ୍‌ଡାଉନ ଘୋଷଣା କଲେ।  ଯାହାର ପରିଣାମ ସ୍ୱରୂପ ଦେଶର କୋଟି କୋଟି ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲେ। ବିଶେଷକରି ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ଅକଥନୀୟ ଦୁଃଖ ଏବଂ ନିର୍ୟ୍ୟାତନାର ଶୀକାର ହେଲେ । ହଜାର ହଜାର କିଲୋମିଟର ଭୋକ ଉପାସରେ ରାସ୍ତାରେ ଚାଲି ଚାଲି ଗଲାବେଳେ ଅନେକ ଟ୍ରେନ୍‌, ବସ ଚକତଳେ ଚାପି ହୋଇ ମୃତ୍ୟୁବରଣ କରିବାକୁ ବାଧ୍ୟ ହେଲେ । ମୋଦୀ ସରକାରଙ୍କର ଅକ୍ଷମଣୀୟ ଦୁରଦୃଷ୍ଟିହୀନତା ଏଥିପାଇଁ ଦାୟୀ ।
ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରାଜନୈତିକ ସହଯୋଗୀ ଭାବେ କରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି । କୋଭିଡ କବଳରୁ ଜୀବନକୁ ରକ୍ଷାକରିବାର ଆହ୍ୱାନ ଦେଇଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ଏ ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ପ୍ରଚାର ତୁଳନାରେ ଆବଶ୍ୟକୀୟ ଆନ୍ତରିକତା ଦେଖାଉ ନାହାନ୍ତି । ସ୍ୱୟଂ ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୮ ତାରିଖରେ ପ୍ରତିଦିନ ୧୫ହଜାର ଟେଷ୍ଟିଂ କରିବାର ଘୋଷଣା କରିଥିଲେ ମଧ୍ୟ ଏବେ ଦିନକୁ ୩ ହଜାର କୋଭିଡ ଟେଷ୍ଟିଂ ହେଉ ନାହିଁ । ଅନ୍ୟରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କର କୋଭିଡ ଟେଷ୍ଟିଂକୁ ଅଣଦେଖା କରାଯାଉଛି । ସେମାନେ ଟେଷ୍ଠିଂ ପାଇଁ ଅନୁରୋଧ କଲାପରେ ମଧ୍ୟ ତାହା ନକରି ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି । ଫଳରେ ଗୋଷ୍ଠି ସଂକ୍ରମଣ ରାଜ୍ୟରେ ଆରମ୍ଭ ହେବାର ଆଶଂକା ସୃଷ୍ଟି ହୋଇଛି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ତୃଟିପୂର୍ଣ୍ଣ ଓ ଅପରିଣାମଦର୍ଶୀ କାର୍ଯ୍ୟକ୍ରମର ପ୍ରତିବାଦ ଓ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ବିରୋଧି ରାଜନୈତିକ ଦଳମାନେ ଏକାଠି ହୋଇ ରାଜ୍ୟବାସୀଙ୍କୁ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିବେଦନ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories