ଦେଶରେ ୧୧,୮୫୦ ନୂଆ କରୋନା ରୋଗୀ, ୫୫୫ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୮୫୦ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୫୫୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୨୪ ଘଣ୍ଟାରେ ୧୨,୪୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ଦେଶରେ ୧,୩୬,୩୦୮ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇ ମୋଟ ୪,୬୩,୨୪୫ ଜଣଙ୍କର ମୃତ୍ୟୁ ଘଟିଲାଣି । ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ୧,୧୧,୪୦,୪୮,୧୩୪ ପାନ କୋଭିଡ ଟିକା ଦିଆଯାଇସାରିଛି ।

Comments are closed.