ଦେଶରେ ଚିହ୍ନଟ ହେଲେ ୧୦,୫୪୯ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୪୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ କରୋନାରୁ ୯୮୬୮ ଜଣ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ହାର ୯୮.୩୩% ରହିଛି । ସେହିଭଳି ଦୈନିକ ସଂକ୍ରମଣ ୦.୮୯% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୮୯% ସମାନ ସ୍ଥିତିରେ ରହିଥିବା ଜଣାଯାଇଛି । ଦେଶରେ ମୋଟ ୩,୩୯,୭୭,୮୩୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୧,୧୦,୧୩୩ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୧୨୦.୨୭ କୋଟି ପାନ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।

Comments are closed.