www.samajalive.in
Monday, December 8, 2025
20.1 C
Bhubaneswar

ସାଧାରଣବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲ୍ ଉପସ୍ଥାପିତ

ନୂଆଦିଲ୍ଲୀ : ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଶତକଡା ୧୦ଭାଗ ସଂରକ୍ଷଣର ବ୍ୟବସ୍ଥା ଥିବା ବିଲ୍‍ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି। ସମ୍ବିଧାନର ୧୨୪ତମ ସଂଶୋଧନ ବିଲ୍‍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ ଉପସ୍ଥାପନ କରିଛନ୍ତି। ଉଚ୍ଚଜାତିର ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଯୋଗାଇବା ପାଇଁ ଏହି ବିଲ୍‍ରେ ବ୍ୟବସ୍ଥା ରହିଛି। ଗତକାଲି କେନ୍ଦ୍ର କ୍ୟାବିନେଟ୍‍ ଏହାକୁ ଅନୁମୋଦନ କରିଥିଲା। ତେବେ ବିଜେପି ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ ଜାରି କରିବା ପାଇଁ ଅଧିବେଶନରେ ଉପସ୍ଥିତ ରହିବା ପାଇଁ କହିଛି । ସେହି ସମୟରେ କଂଗ୍ରେସ ନିଜ ସାଂସଦଙ୍କୁ ମଙ୍ଗଳବାରକୁ ଅଧିବେଶନରେ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରି ସାରିଛି ।

ସୂଚନାଯୋଗ୍ୟ, ସୋମବାର କେନ୍ଦ୍ର କ୍ୟାବିନେଟ୍ ସରକାରୀ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦% କୋଟା ରହିବ। ସାଧାରଣ ବର୍ଗର ଆର୍ଥିକ ପଛୁଆ ବା ଗରିବଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା। ତେବେ ଭାରତୀୟ ସମ୍ବିଧାନରେ ଆର୍ଥିକ ଆଧାରରେ ସଂରକ୍ଷଣ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଥିପାଇଁ ସମ୍ବିଧାନ ସଂଶୋଧନ ହିଁ ଏକମାତ୍ର ବିକଳ୍ପ ରହିଛି। ଏଭଳି ହେଲେ ସଂରକ୍ଷଣ ବ୍ୟବସ୍ଥା ୪୯.୫%ରୁ ବୃଦ୍ଧି ପାଇ ୫୯.୫%ରେ ପହଞ୍ଚିବ। ବାର୍ଷିକ ୮ ଲକ୍ଷରୁ କମ୍‍ ପାରିବାରିକ ଆୟ କରୁଥିବା ସାଧାରଣ ବର୍ଗର ଲୋକଙ୍କୁ ଏହି ସଂରକ୍ଷଣ ଲାଭ ମିଳିବ। ଏହାବାଦ୍‍ ସହରରେ ୧୦୦୦ ବର୍ଗ ଫୁଟ୍‍ରୁ ଛୋଟ ଘର କିମ୍ବା ୫ ଏକରରୁ କମ୍‍ ଚାଷ ଜମି ନେଇ ସର୍ତ୍ତ ଭାବେ ରଖାଯାଇଛି।​‌

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories